Spread the love

ଚାଷି ଙ୍କ ମୁଣ୍ଡରେ ପଡ଼ିଲା ଅକାଲ ଚଡ଼କ…..

କଳାହାଣ୍ଡି – 27/5/2025, କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆ ପଞ୍ଚାୟତର ବାଲିଛଡାମଣ୍ଡି ଓ ବାଲିଛଡାର ସବମଣ୍ଡି ମହିଭର ମଣ୍ଡି ଏବଂ ଜୁନାଗଡ଼ ବ୍ଲକର ସମସ୍ତ ମଣ୍ଡିରେ,ଅଦିନିଆ ବର୍ଷା ଲାଗିରହିଥିବାରୁ ଚାଷି ଙ୍କମେରୁଦଣ୍ଡ ଭାଙ୍ଗିଯାଇଛି, ଜେଉଁ ଚାଷି ଲୋକଙ୍କୁ ଦିମୁଠାଖାଇବାକୁ ଯୋଗାଉଥିଲା,ଆଜିସେହିଚାଷି ମୁଣ୍ଡରେହାତଦେଇ ବସିଛି,କିଛି ରୋଜଗାର କରି,ରୁଣ କରଜକରି ଚାଷକରି କିଛି ଉପାର୍ଜନ କରି ପୁଅଝିଅଙ୍କୁ ପାଠଦିଅକ୍ଷର ପଢେଇବି,ପରିବାରକୁ ଦିମୁଠା ଖାଇବାକୁଦେବାର ସ୍ବପ୍ନ ମାଟିରେ ମିଶିଜାଇଛି,ଡେଙ୍ଗୁରାପିଟୁଥିବା ସରକାର,ନା ଠିକ ହିସାବରେ ମଣ୍ଡିଚଲାଉଛନ୍ତି,ନାଚାଷିର ଧାନ ଉଠିପାରୁଛି,ଏବେ ଧାନ ମଣ୍ଡିରେ ଗଜା ହେବାକୁ ବସିଲାଣି,ହେଲେ ଚାଷିକଣକରିବ,ସରକାର ଜଦି ତାହାର କୋୖଣସି ପଦକ୍ଷେପ ନନିଅନ୍ତି,ତାହାହେଲେ ଚାଷି ଆତ୍ମହତ୍ୟା କରିବା ଛଡା କିଛି ଉପାୟ ନାହି ବୋଲୀ ଚାଷି ମହଲରେ ଚର୍ଚ୍ଚାଜୋରଧରିଲାଣି , ଏବଂ ସରକାରଙ୍କୁ ନିବେଦନ କରିଛନ୍ତିି,ଆମଧାନ ଜେମିତିକରି ମଧ୍ୟ ମଣ୍ଡି ରୁ ଉଠାନ୍ତୁ,ଏବେ ସରକାର ଚାଷିର କି ପଦକ୍ଷେପ ନେଇଛନ୍ତି,ତାହା ଦେଖିବାକୁ ବାକି ରହିଲା,।କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *