Spread the love

ମା ସନ୍ତୋଷୀଙ୍କ ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ବିଞ୍ଝାରପୁର ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର କୁସୁନପୁର ଗ୍ରାମର ମା ସନ୍ତୋଷୀଙ୍କ ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଷ୍ଠ ଉତ୍ସବ ସୋମବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ଚାଲିବ।ସୋମବାର ଦିନ ଅଙ୍କୁରାରୋପଣ ଓ ଯଜ୍ଞ ର ଅଧିବାସ, ମଙ୍ଗଳବାର ଦିନ କଳସ ଯାତ୍ରା,ବାସ୍ତୁ ପୂଜା ଓ ଅଗ୍ନି ସ୍ଥାପନ, ବୁଧବାର ଦିନ ଦେବୀ ପ୍ରତିମା ଗ୍ରାମ୍ୟ ପରିକ୍ରମା ଓ ମନ୍ଦିର ନ୍ୟାସ, ଗୁରୁବାର ଦିନ ପ୍ରାଣ ପ୍ରତିଷ୍ଠା, ମନ୍ଦିର ପ୍ରବେଶ , ନବଯୌବନ ଦର୍ଶନ, ପୂର୍ଣ୍ଣାହୁତି ଓ ଅଷ୍ଟପ୍ରହରୀ ଅଧିବାସ,ପ୍ରସାଦ ସେବନ, ଶୁକ୍ରବାର ଦିନ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଶନିବାର ଦିନ ନଗର କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଆଜି ମଙ୍ଗଳବାର ଦିନ ମହାଆଡମ୍ବରରେ କଳସ ଯାତ୍ରା ହୋଇଥିଲା । ଶତାଧିକ ଶ୍ରଦ୍ଧାଳୁ ମହିଳା ମାନେ ମୁଣ୍ଡରେ କଳସ ନେଇ ନିକଟସ୍ଥ ନଦିରୁ ପାଣି ଆଣିଥିଲେ।ପ୍ରବଳ ବର୍ଷାକୁ ଖାତୀର ନ କରି ଆଗ୍ରହ ଓ ଆନନ୍ଦର ସହ ମହିଳା ମାନେ କଳସ ନେଇ ପାଣି ଆଣିଥିଲେ।ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଭକ୍ତ ବନ୍ଧୁ ବେଉରିଆ ଓ ରବିନ୍ଦ୍ର ବିଶ୍ଵାଳ ସସ୍ତ୍ରିଙ୍କ ସହିତ ସଙ୍କଳ୍ପ ରେ ବସିଛନ୍ତି।ଏହି ମା ସନ୍ତୋଷୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାରେ ଚନ୍ଦ୍ରକାନ୍ତ ବେଉରିଆ, ତାରାକାନ୍ତ ବେଉରିଆ,ସିତାକାନ୍ତ ବେଉରିଆଙ୍କ ସହ କୁସୁନପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି. ମା ସନ୍ତୋଷୀ ଙ୍କ ଏହି ନୂତନ ମନ୍ଦିର ଆଖାପାଖ ଅଞ୍ଚଳରେ ନଥିଲା. ଏହି ନୂତନ ମନ୍ଦିର ପ୍ରତିଷ୍ଠା ହେବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି.

Leave a Reply

Your email address will not be published. Required fields are marked *