Spread the love

*ଚାଷୀମାନଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ଆଲୋଚନା*

ବରଗଡ:୧୪/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ତଥା ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ,ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ମହାନନ୍ଦ, ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭେଟି ବରଗଡ଼ ଜିଲ୍ଲାର ଚାଷୀ ପଞ୍ଜିକରଣ ତଥା ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି।ତେବେ ବରଗଡ଼ ଜିଲ୍ଲାର ଗୋଟିଏ ମଧ୍ୟ ଯୋଗ୍ୟ ଚାଷୀ ଯେମିତି ଧାନ ବିକ୍ରୟରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।ଉକ୍ତ ବୈଠକରେ ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ଡ଼. ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମନୋଜ ସାହୁ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *