Spread the love

ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ବନ୍ଧୁ କର୍ମଶାଳା ଆୟୋଜନ

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସୟାବାଲି ସ୍ଥିତ ଜିନ୍ଦଲ ସ୍କୁଲ ପରିସରରେ ପୋଲିସ୍ ବନ୍ଧୁ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଙ୍ଗୁଆ ଅଧ୍ୟକ୍ଷତା ରେ ବଡ଼ବିଲ ଥାନା ଅଧୀନରେ ଅଶୋକ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅୟୋଜନ ହୋଇଥିଲା। ଏହି ଅବସରରେ ଆଇନ୍ ଶୃଙ୍ଖଳା ବଜାୟ ରଖିବା ଦିଗରେ ଛାତ୍ର ଛାତ୍ରୀ ଙ୍କ କର୍ତ୍ତବ୍ୟ ଓ ଭୂମିକା ଉପରେ ଥାନା ଅଧିକାରୀ ଆଲୋକପାତ କରିଥିଲେ।

ଛାତ୍ର ଛାତ୍ରୀ ମାନେ ଦେଶର ଭବିଷ୍ୟତ ତେଣୁ ସେମାନେ ସମ୍ବିଧାନ ଓ ଆଇନ୍ ବିସୟରେ ସଚେତନ ରହିଲେ ଏହା ସେମାନଙ୍କୁ ଏହା ସୁନାଗରିକ ହୋଇ ଗଢିତୋଳିବା ରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମ ରେ କୌଣସି ଥାନରେ ଯଦି କାହାରି ଅଭିଯୋଗ ପଞ୍ଜୀକୃତ ନହୁଏ ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ହେଲ୍ପ ଲାଇନ ନମ୍ବର୍ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧକ୍ଷା ସଙ୍ଗୀତା ରାଣୀ ଦାସ ଓ ସମସ୍ତ ଶିକ୍ଷକ

ଶିକଷୟିତ୍ରୀମାନେ ଯୋଗଦାନ କରିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ସାମିଲ୍ ହୋଇଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *