Spread the love

ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ। ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି।

ଆଜି ଚାଷୀ ପଞ୍ଜୀକରଣର ଶେଷ ଦିନ । ରାତି ୧୨ଟାରେ ସରିବ ଅବଧି। ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *