Spread the love

ଚିରୋସ୍ରୋତା ବ୍ରାହ୍ମଣୀ ନଦୀ ପଠାରେ ଛଟ୍ ପୂଜା
ତାଳଚେର, ୧୫/୧୧ ବ୍ରାହ୍ମଣୀ ନଦୀ ତଟରେ ଛଟପୂଜା କମିଟି ପକ୍ଷରୁ ଦୀର୍ଘବର୍ଷ ହେବ ରୀତିନୀତି ଅନୁଯାୟୀ ଛଟପୂଜା ପାଳିତ ହୋଇ ଆସୁଛି । ଚଳିତ ବର୍ଷ ବ୍ରାହ୍ମଣୀ ନଦୀ ତଟରେ ଏହି ପର୍ବ ଧୁମଧାମରେ ଆୟୋଜନ କରାଯାଇଛି । ଏଠାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ କିପରି ଶାନ୍ତିଶୃଙ୍ଖଳାରେ ଏହି ପର୍ବ ପାଳିତ ହେବ ଏଥିପ୍ରତି କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ବ୍ରତ ପାଳନ ଉଦ୍ଦେଶ୍ୟ ହେଉଛି ସ୍ୱାମୀଙ୍କ ଦୀର୍ଘାୟୁ ପୁତ୍ର ସନ୍ତାନ ପ୍ରାପ୍ତି ସପରିବାର ମଙ୍ଗଳପାଇଁ ସୂର୍ଯ୍ୟ ଦେବତାଙ୍କ ନିକଟରେ ବିହାରୀ ସମ୍ପ୍ରଦାୟର ଲୋକମାନେ ଭବ୍ୟଆରଧନା କରନ୍ତି । ଏହି ପର୍ବ ଦୁଇଦିନ ବ୍ୟାପି ଆୟୋଜିତ ହେଉଥିବା ବେଳେ ବିହାରୀ ସମ୍ପ୍ରଦାୟର ମହିଳାମାନେ ନିଷ୍ଠାର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାନ୍ତି । ଏହି ଉତ୍ସବରେ ଆଖାପାଖର ବିହାରୀ ସମ୍ପ୍ରଦାୟର ମହିଳା/ପୁରୁଷ ଛଟପୂଜା ନିମନ୍ତେ ନଦୀତଟରେ ଏକତ୍ରିତ ହୋଇଥାନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ହିଙ୍ଗୁଳା କ୍ଷେତ୍ରର ମହପ୍ରବନ୍ଧକ ଏକେ ସ୍ୱର୍ଣ୍ଣକାର ଓ ତାଳଚେର ଏରିଆ ମହାପ୍ରବନ୍ଧକ ମୂରାରୀ ମିଶ୍ରା ଓ ତାଙ୍କ ସହଧର୍ମିଣୀ, ଛଟପୂଜାର ମହାସଚିବ ନରେନ୍ଦ୍ର ପାଢ଼ୀ, ଅଧ୍ୟକ୍ଷ ଏକେ ଶର୍ମା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେରେ ସୂର୍ଯ୍ୟଦେବଙ୍କର ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା ଓ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *