Spread the love

ଚୋରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍କେ

ନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବିଦେଶୀ ମଦ ଦୋକାନରୁ ଚୋରୀ ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବିଲ ପୋଲିସ୍। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ବିଦେଶୀ ମଦ ଦୋକାନ no 2 ରୁ କିଛି ଦୁବୃର୍ତ୍ତ ଦୋକାନ ଲାଗିଥିବା ଚାବି କୁ ଭାଙ୍ଗି ଗୋଟିଏ ମୋବାଇଲ୍ କିଛି ମଦ ବୋତଲ ଏବଂ ପାଖାପାଖି 35,000, ଟଙ୍କା ଲୁଟିନେଇଥିବା ବଡ଼ବିଲ ଥାନାରେ ବାସୁଦେବ ସାହୁ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ୍ ତଦନ୍ତ କରି ଜଣେ ଅଭିଯୁକ୍ତ ବିଶାଳ ମହାକୁଡ କୁ ଗିରଫ କରି ବଡ଼ବିଲ ଥାନା କେସ ନୋ 179/dt 17/6/25, ବଳରେ କେସ ରୁଜୁ କରି 18/6/25 ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ବଡ଼ବିଲ ଗାଡ଼ାହାଟ୍ଟିଂ ଅଞ୍ଚଳର ଶଙ୍କର କେଶରୀ ଓ ବଡ଼ବିଲ ଚଟେଇହାଟିଂ ର ମୁକେଶ ପାତ୍ର @ ମହାରଣା ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ ପକ୍ଷରୁ ସୂଚନା। ଗିରଫ ଅଭିଯୁକ୍ତ ଠାରୁ ବିଦେଶୀ ମଦ ବୋତଲ, ଚାବି ଭାଙ୍ଗିବାକୁ ବ୍ୟବାହର କରାଯାଇଥିବା ସାମଗ୍ରୀ ଓ କିଛି ଟଙ୍କା ଜବତ ହୋଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *