Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଛତିଶଗଡ଼କୁ ବନ୍ଦ ହେଲା ବସ୍ ଚଳାଚଳ

 

 

ଜେ ବି ଏନ, ୩୦/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆପଡ଼ା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଖାସ୍‌ କରି ରାଜ୍ୟର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା କରୋନାର ନୁଆ ହଟସ୍ପଟ୍‌ ଭାବେ ଉଭା ହୋଇଛି।

 

ଏସବୁ ମଧ୍ୟରେ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ବସ୍‌ ଚଳାଚଳ ବନ୍ଦ କଲା ପ୍ରଶାସନ। ଯାହାକୁ ନେଇ କଡ଼ା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ନୂଆପଡ଼ା ବାସୀଙ୍କୁ ପଡୋଶୀ ରାଜ୍ୟ ଛତିଶଗଡ଼ ଯିବଆସିବା ଉପରେ କଟକଣା ଜାରି କରାଯାଇଛି।

 

ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ନୂଆପଡା ବାସୀଙ୍କୁ ଛତିଶଗଡ଼ ଯିବାକୁ ମନା କରାଯାଇଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ନୂଆପଡାରୁ ଛତିଶଗଡ଼କୁ ବସ ଚଳାଚଳ ଉପରେ ରୋକ ଲଗାଇଛି ପ୍ରଶାସନ। ଏହାସହିତ ଲୋକଙ୍କୁ ସଚେତନ ପାଇଁ ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି।