Spread the love

ବାଲେଶ୍ଵର ଝିଅ ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ର ଆତ୍ମହୁତି କୁ ନେଇ ସବୁ ସ୍ଥାନରେ ବିକ୍ଷୋଭ। ଯାହାର ପ୍ରଭାବ ଢେଙ୍କାନାଳ ରେ ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ ନେତ୍ୱରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି । ଆନ୍ଦୋଳନ କରି ମାନେ ଆଜି ସକାଳ ୭ ଟା ସମୟରେ ଢେ଼ଙ୍କାନାଳ ରେଳ ଷ୍ଟେସନ ଠାରେ ପହଞ୍ଚି ଟ୍ରେନ କୁ ବନ୍ଦ କରିଛନ୍ତି । ଏହି ସମୟରେ ପୋଲିସ ଓ କଂଗେସ କର୍ମୀ ଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲେ। ଏହି ଅବସରରେ କଲେଜ ବାଇପାସ୍ ଠାରେ ଗାଡ଼ି ଚଳାଚଳ ବନ୍ଦ କରିବା ସହ ନାରାବାଜି ଦେଇଥିଲେ।। ଆଜି ବସ୍ ଚଳାଚଳ, ସରକାରୀ ବେସରକାରୀ ଅଫିସ୍ ,ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଂଯୋଜକ ଛବିରାଜ୍ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *