ଜଗତସିଂହପୁର ପୌରା ଅଞ୍ଚଳ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ବସ୍ତି ବାସିନ୍ଦା ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ପୌରା ଅଂଚଳରେ ସି ସି ଟିଭି ସ୍ଥାପନ ଓ ବସ ଷ୍ଟାଣ୍ଡ ରେ ସର୍ବ ସାଧାରଣ ଙ୍କ ନିମନ୍ତେ ଶୌଚାଳୟ ଉଦଘାଟନ ଉଛବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଓ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ ! ଏହା ପରେ ପୌର ପରିଷଦ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା !ମୁଖ୍ୟ ଅତିଧି 47 ଜଣ ବସ୍ତି ବାସିନ୍ଦା କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରିଥିବା ବେଳେ ସାତ ଜଣ ହିତାଧିକାରୀ କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ କୁ ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଲ ପ୍ରସାଦ ଲେଙ୍କା ପରିଚାଳନା କରିଥିଲେ ! ଏଥିରେ ପୌର ପ୍ରଶାସନିକ କର୍ମଚାରୀ, ବୁଦ୍ଧିଜୀବୀ, ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ !

