Spread the love

ଜଙ୍ଗଲରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ: ଡିଟୋନେଟର ସହ ରିମୋଟ ଉଦ୍ଧାର

ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍‌ପି ହରିଶ ବିଶି ଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫର କମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଗୁମ୍ମା ସଂରକ୍ଷିତ ଜଙ୍ଗଲରେ ନକ୍ସଲ ମାନଙ୍କ ଜିନିଷପତ୍ର ଗଦା ହୋଇଥିବା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇ କନ୍ଧମାଳ ଏସ୍‌ପି ଅପରେସନ୍ ପ୍ରସ୍ତୁତ କରିଥିଲେ । କୋଟଗଡ଼ ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ଡିଭିଏଫର ଗୋଟିଏ ୟୁନିଟ୍ ସହିତ ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ କରାଯାଇଥିଲା । ବ୍ୟାପକ ସତର୍କତା ଅବଲମ୍ବନ କରି ଘଟଣାସ୍ଥଳରେ ପହଞ୍ଚିଥିଲା ଟିମ୍ । ବୋମା ନିଷ୍କ୍ରିୟକାରୀ ଟିମ୍ ସ୍ଥାନଟିକୁ ସଫା କରିଥିଲା । ସ୍ଥାନଟିକୁ ଖୋଳିବା ପରେ, ପ୍ରାୟ ୬୦୦ ଡିଟୋନେଟର ଏବଂ ଗୋଟିଏ ରିମୋଟ୍ ଉଦ୍ଧାର କରାଯାଇଥିଲା । ଏହି କମ୍ବିଂ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ବିରୁଦ୍ଧରେ ନକ୍ସଲ ମାନେ ଡିଟୋନେଟର ବ୍ୟବହାର କରିଥାନ୍ତେ ବୋଲି ସନ୍ଦେହ କରାଯାଉଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଅପରେସନ୍ ଜାରି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *