Spread the love

ଜନକଲ୍ୟାଣ ସାମ୍ବାଦିକ ସଂଘର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ, ନୂଆଁଖାଇ ଭେଟଘାଟ- ୨୦୨୫

ଗୋଲାମୁଣ୍ଡା ୬/୯/୨୦୨୫() କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଫରଙ୍ଗ ପଞ୍ଚାୟତ ନିକଟସ୍ଥ ପଞ୍ଚାୟତ ପବ୍ଲିକ ସ୍କୁଲ ଠାରେ ସଂଘର ସଭାପତି ଶ୍ରୀଯୁକ୍ତ ରାମକୁମାର ସେନାପତି ନେତୃତ୍ଵରେ ନୁଆଁଖାଇ ଭେଟଘାଟ ବା ଜନକଲ୍ୟାଣ ସଂଘର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ କୁଞ୍ଜ ସାହୁ, ସରପଞ୍ଚ ଫରଙ୍ଗ ପଞ୍ଚାୟତ ସମ୍ମାନୀୟା ହାରାବତୀ ଭୋଇ, ଅନ୍ୟତମ ସମ୍ମାନୀୟ ଅତିଥି ପଞ୍ଚାୟତ ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ବା ବରିଷ୍ଠ ଶିକ୍ଷକ ସୁବାସ ଚନ୍ଦ୍ର ବାଗ,ସରପଞ୍ଚ ଶ୍ରୀଯୁକ୍ତ ଧନଞ୍ଜୟ ସାହୁ ଫୁଣ୍ଡା ପଞ୍ଚାୟତ, ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସା ଟେମିରି ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଅଞ୍ଜଳି ନାଏକ ଟେମିରୀ ପଞ୍ଚାୟତ,ପଞ୍ଚାୟତ ପବ୍ଲିକ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବାସ ସେଠୀଆ, ଓ ଟି ଏନ୍ ର ପୂର୍ବତନ ସାମ୍ବାଦିକ ଶ୍ରୀଯୁକ୍ତ ଉଦିଆ ନିଆଲ, ନିର୍ମଳ ଟି ଭି ସାମ୍ବାଦିକ ଶ୍ରୀଯୁକ୍ତ କୁନା ନାଏକ, ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପ୍ୟାରିଲାଲ ଦୁର୍ଗା, ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା,ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ କବିରାଜ ଦୁର୍ଗା,ଶ୍ରୀଯୁକ୍ତ ଗିରିଧାରୀ ତେଜି ମାନଝରୀ ପଞ୍ଚାୟତ ପୂର୍ବତନ ସରପଞ୍ଚ, ଓ ଟି ଏନ୍ ର ପୂର୍ବତନ ସଦସ୍ୟ ହରିଶଙ୍କର ନିଆଳ ଓ ଜନକଲ୍ୟାଣ ସଂଘର ସଭାପତି ଶ୍ରୀଯୁକ୍ତ ରାମକୁମର ସେନାପତି, ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ମୁଣ୍ଡ, ଉପ ସଭାପତି ଶ୍ରୀଯୁକ୍ତ ପିତାମ୍ବର ବେହେରା,ସହ ସଂପାଦ ଶ୍ରୀଯୁକ୍ତ କପୁରଚନ ସେଠୀଆ,କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଜନ୍ମେଜୟ ନାଏକ, ସନ୍ତୋଷ କୁମାରମାଝୀ, ପୂର୍ଣ୍ଣଚନ୍ଦ୍ର ସରାପ, ଭୋଜରାଜ ମଙ୍ଗରାଜ, ପ୍ରଭାକର ବଗର୍ତ୍ତି, ମୂରଲୀଧର ବାଗ, ପୃଥିରାଜ ତାଣ୍ଡି, ଡମ୍ବରୁଧର ଜାଲ, ହିମାଂଶୁ ଭୋଇ,ଡମ୍ବରୁଧର ଭୋଇ, ଶୁରେନ୍ଦ୍ର ଜାଲ,ତଥା ପଞ୍ଚାୟତ ପବ୍ଲିକ ସ୍କୁଲ ର ଶିକ୍ଷୟତ୍ରୀ ଗଣ ଉପସ୍ଥିତ ଥିଲେ। ମଞ୍ଚାଷିନ ଥିବା ଅତିଥି ଗଣ ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଭଗବାନ ଗଣେଶ ଓ ବାଗ ଦେବୀ ମାଁ ସରସ୍ଵତୀ ଦେବୀଙ୍କୁ ଧୂପ,ଦୀପ,ମାଲ୍ୟ ଅର୍ପଣ କରିଥିଲେ।ପରେ ଅତିଥି ଜଣକ ନୂଆଁ ଖାଇ ଅଭିନନ୍ଦନ ଜଣାଇ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ତାତ୍ପର୍ଯ୍ୟ ଉପରେ ବିସ୍ତୃତ ଭାବରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମୂରଲୀଧର ବାଗ ସଭା ପରିଚାଳନା କରିବା ସହିତ ସଭାପତି ଓ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ପ୍ରତିଷ୍ଠା ଦିବସ କୁ ସାଫଲ୍ୟ ମଣ୍ଡିତ କରାଯାଇଥିଲା।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *