Spread the love

*ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ହସ୍ତୀ ଦିବସ ପାଳିତ*

ବରଗଡ଼:(ପବିତ୍ର ମେହେର)::ଦ୍ରୁତ ଗତିରେ ପରିବେଶର ଅବକ୍ଷୟ ଏବଂ ଜନ ବସତି ବିସ୍ତାର ଯୋଗୁଁ ହାତୀମାନଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ହେଉଛି। ଏହାକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କୁ ହସ୍ତୀମାନଙ୍କ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ବିଶ୍ଵ ହସ୍ତୀ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ ହାତୀମାନଙ୍କ ଦୁର୍ଦ୍ଦଶା, ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନ,ଅବୈଧ ଶିକାର, ମନୁଷ୍ୟ – ହାତୀ ସଂଘର୍ଷ ତଥା ସେମାନଙ୍କ ସୁରକ୍ଷାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ।ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ହାତୀମାନଙ୍କର ଜୀବନଶୈଳୀ ଉପରେ ଆଧାରିତ କିଛି ଆକର୍ଷଣୀୟ ଛାୟାଚିତ୍ର ପ୍ରଦର୍ଶନ କରାଯାଇଥିଲା।ଏହି ଅବସରରେ”ହସ୍ତୀ ଓ ପରିବେଶ” ଶୀର୍ଷକ ପ୍ରସଙ୍ଗ ଉପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ଷିରୋଦ୍ରୀ ବେହେରା, ସଚିନ୍ ସାହୁ ଓ ଖୁସି କୁଅଁର ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବୋଧରାମ ବିଶ୍ବାଳ,ତେଜରାମ ସା, ଅମୂଲ୍ୟ ଭୋଇ ,ଆଶୁତୋଷ ଭୋଇ, ସୁବାସ ଚନ୍ଦ୍ର ଖମାରୀ,ପ୍ରଶାନ୍ତ ମହାପାତ୍ର ଓ ଅଙ୍କିତ ମହନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଳବର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *