Spread the love

*ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳିତ :

ଆଜିର ଆହ୍ବାନ -ପ୍ଲାଷ୍ଟିକ ପ୍ରଦୂଷଣର ପରିସମାପ୍ତି

ବରଗଡ:୬/୬(ପବିତ୍ର ମେହେର) ପ୍ଲାଷ୍ଟିକର ବହୁଳ ବ୍ୟବହାର ହିଁ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ।ପ୍ରକୃତିର ସୁରକ୍ଷା କରିବାକୁ ହେଲେ ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ନିହାତି ଆବଶ୍ୟକ । ଏହାକୁ ଉପଲବଧି କରି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ,ଭୁକ୍ତାରେ ବିଶ୍ଵ ପରିବେଶ ଦିବସ -୨୦୨୫ ପାଳିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ୱେବିନାରରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଂଜୟ ଖମାରୀ ବିଶ୍ଵ ପରିବେଶ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ପରିବେଶ ଉପରେ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ଓ ଚଳିତ ବର୍ଷର ପ୍ରସଙ୍ଗ “ପ୍ଲାଷ୍ଟିକ ପ୍ରଦୂଷଣର ପରିସମାପ୍ତି” ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ଦେଇଥିଲେ।ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ,ହୋମି ଭାବା ବିଜ୍ଞାନ କ୍ଲବ ଓ ଶକ୍ତି କ୍ଲବର ସଦସ୍ୟ ଅଂଶ ଗ୍ରହଣ କରି ବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ କରିଥିଲେ।ଶିକ୍ଷକ ଆଶୁତୋଷ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *