Spread the love

**ଜନତା ହାଇସ୍କୁଲରେ ଇକୋ କ୍ଳବ୍ ପକ୍ଷରୁ ବିଦ୍ୟାଳୟସ୍ତରୀୟ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ :*

ବରଗଡ଼:୮/୧୦(ପବିତ୍ର ମେହେର) ପର୍ଯ୍ୟାବରଣକୁ ସୁସ୍ଥ ରଖିବା ସକାଶେ ଜଳ,ଜମି, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଓ ସୁପରିଚାଳନାର ଆବଶ୍ୟକତା ରହିଛି।ତେଣୁ ବନ୍ୟପ୍ରାଣୀମାନଙ୍କର ପ୍ରାକୃତିକ ଆବାସସ୍ଥଳୀର ସଂରକ୍ଷଣ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ଜନତା ହାଇସ୍କୁଲରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଇକୋ କ୍ଳବ୍ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ।ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ବନ୍ୟପ୍ରାଣୀ ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ।ବିଦ୍ଯାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଏବଂ ୟୁଥ୍ ଏଣ୍ଡ୍ ଇକୋ କ୍ଳବର ସଦସ୍ୟଙ୍କ ସମେତ ଶିକ୍ଷକ ଆଶୁତୋଷ ଭୋଇ, ଶ୍ରୀପତି ସାହୁ,ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ,ଅମୂଲ୍ୟ ଭୋଇ ଏବଂ ଶିକ୍ଷୟିତ୍ରୀ ଅନୀତା ପଧାନ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ତେଜରାମ ସା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *