Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜନସଂଖ୍ୟା ନିୟନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ 

 

 

ଜେ. ବି. ଏନ୍, ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), (୨୫/୦୨ /୨୦୨୧) ଢେଙ୍କାନାଳ : ଭାରତରେ ପୃଥିବୀର ସ୍ଥଳ ଭାଗ ମଧ୍ୟରୁ ମାତ୍ର ୨.୪ % ଅଞ୍ଚଳ ରହିଥିବା ବେଳେ ପୃଥିବୀର ଜନସଂଖ୍ୟାର ୧୬.୭ % ଲୋକ କେବଳ ଭାରତ ରେ ରହୁଛନ୍ତି। ବର୍ତ୍ତମାନ୍ ଦେଶରେ ୧୩୮ କୋଟି ନାଗରିକ ବାସ କରୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ।ରାଜଧାନୀ ଦିଲ୍ଲୀ ର ବାସିନ୍ଦା ମାନେ ବାୟୁ ପ୍ରଦୂଷଣ ରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟ ରେ ଆଶ୍ରୟ ନେଇଛନ୍ତି। ପାଣି ଓ ଜଳ ସମେତ ଦୈନଦିନ ବ୍ୟବହୃତ ପାଣି ର ସମସ୍ୟା ଏକ୍ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି। ବିସ୍ଫୋରିତ ଜନସଂଖ୍ଯା ଯୋଗୁ ଜଙ୍ଗଲ ନଷ୍ଠ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଠ ହେଉଅଛି। ଚାଷ ଜମି ଅଭାବ ପରିଲକ୍ଷିତ ହେବାରେ ଲାଗିଛି ପ୍ରତ୍ୟେକ ମିନିଟ ପିଛା ୫୦ ଜଣ ଶିଶୁ ଜନ୍ମଗ୍ରହଣ କରୁଥିବା ନଜରରେ ରହିଚି। ଏହି ପରି ହିସାବ ଦେଖି ମାସକୁ ୨ ଲକ୍ଷ୍ୟ ୬୦ ହଜାର ଶିଶୁ ଜନ୍ମଗ୍ରହଣ କରୁଛନ୍ତି। ଯଦି ଏହି ହିସାବରେ ଶିଶୁ ଜନ୍ମହାର ବୃଦ୍ଧିପାଏ ଆସନ୍ତା ୨୦୪୦ ମସିହା ବେଳକୁ ଦେଶର ଜନସଂଖ୍ୟା ଅହେତୁକ ବୃଦ୍ଧି ପାଇବ। ଏହିପରି ବୃଦ୍ଧି ପାଇବା ପରେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ, ବାସଗୃହ ଅଭାବ ପରିଲକ୍ଷିତ ହେବା ଫଳାରେ ନିଜ ଭିତରେ ଯୁଦ୍ଧର ପରିସ୍ଥିତି ସ୍ରୁଷ୍ଟି ହୋଇପାରେ। ଏଣୁ ଆଗାମୀ ଦିନରେ ଦେଶକୁ ସୁରକ୍ଷୀତ ରଖିବା ପାଇଁ ଆମ ଦେଶରେ କୋଠର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜିଲ୍ଲାପାଳ ଙ୍କ ତତ୍ତ୍ବାବଧାନରେ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ ପକ୍ଷରୁ ଦାବି ଜଣାଇଛନ୍ତି।