Spread the love

ଜମି ବିବାଦକୁ ନେଇ ଭାଇହେଲା ଭଗାରି,ବଡ଼ଭାଇ ର ରଫାଚୋଟରେ ସାନଭାଇର ମୃତ୍ୟୁ…

ତା ୧/୮/୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ଜମି ବିବାଦକୁ ନେଇ ବଡ଼ଭାଇ ଶ୍ରୀ ପ୍ରେମାନନ୍ଦ ନାଏକ(ଅଲେଖ)୪୮,ନିଜ ରକ୍ତର ସାନଭାଇ ଶ୍ରୀ ଲିଙ୍ଗରାଜ ନାଏକ(କାର୍ତ୍ତିକ)୪୫,କୁ ନିଜ ଜମି ଭାଗବଣ୍ଟାକୁ ନେଇ ଚାଷ କରିବାପାଇଁ ନିଜ ଜମିକୁ ଯାଇଥିବାବେଳେ,ଦୁଇଭାଇଙ୍କ ମଧ୍ୟରେ ବଚସା ହୋଇଥିବାବେଳେ, ବଡ଼ଭାଇ ଶ୍ରୀ ପ୍ରେମାନନ୍ଦ ନାଏକ ରଫା ସାହାର୍ଯ୍ୟରେ ସାନଭାଇ କୁ ମୁଣ୍ଡରେ ମାରିଥିବାରୁ ଘଟଣାସ୍ଥଳରେ ଶ୍ରୀ ଲିଙ୍ଗରାଜ ନାଏକ ଙ୍କ ମୃତ୍ୟୁ ହୋଇଜାଇଥିଲା,ଫଲରେ ପରିବାରଲୋକ ଖବରପାଇ ପୋଲିସକୁ ଜଣାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଡରର କୁ କାବୁ କରିଥିଲା,ଜୁନାଗଡ ଆଇଆଇସି ଶ୍ରୀଶେଷଦେବ ବେହେରା,ଏସ ଡି ପିଓ ଧର୍ମଗଡ ଶ୍ରୀ ଡୋଲାମଣି ଭୋଇ,ଜୁନାଗଡ ଓ ଆଇ ସି,ଜୁନାଗଡ ଏଏସ ଆଇ,ଓ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ, କିନ୍ତୁ ପ୍ରେମାନନ୍ଦ ନାଏକ ମୁଁ ମୋ ସାନଭାଇ କୁ ମାରିଦେଇଛି ବୋଲି ପୋଲିସକୁ ଜଣେଇ ଥିଲେ,ଓ ଶ୍ରୀ ପ୍ରେମଶିଲା ନାଏକ ଜୁନାଗଡ ଥାନାରେ ମୋ ସ୍ବାମୀ କୁ ମୋର ଦେଢଶୁର ମାରିଦେଇଛି ବୋଲି କେଶ ରୁଜୁ କରିଛନ୍ତି,ଫଲରେ ପୋଲିସ ଶବକୁ ଜୁନାଗଡ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି, କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *