Spread the love

ଜଳବିଭାଜିକା ପ୍ରକଳ୍ପର ମହାଘୋଟାଲା ପୁରୁଣା ପୋଖରୀ ଦେଖାଇ ଲକ୍ଷାଧିକ ଟଙ୍କାହଡପ ତଦନ୍ତ ପାଇଁ ଦାବୀ!……….


ଜଳ ବିଭାଜିକା ପ୍ରକଳ୍ପରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି କିଛି ମାସ ପୁର୍ବରୁ ଜରଡା ଦେହୁରୀ ହତାରେ ଏମିତି ଦୁର୍ନୀତି ମାମଲାରେ କିଛି ସରକାରି ଅଧିକାରୀ ନିଲମ୍ବିତ ହୋଇ ଥିବା ବେଳେ ତଥାପି ଟଙ୍କା ଲୋଭରେ ପଡ଼ି ବାରମ୍ବାର ଦୁର୍ନୀତି କରିଚାଲିଛନ୍ତି! ସୁଚନା ଥାଉକି ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ପଙ୍ଗାତିରା ଗ୍ରାମକୁ ନେଇ ଗଠିତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାକମିଟି ଗଠନ ହୋଇଥିଲା!ପଙ୍ଗାତିରା ବରଘାଇ ନାଳ (୨) ଜଳବିଭାଜିକା ଏହି କମିଟି ପାଞ୍ଚ ରୁ ଛଅ ଥର ପରେ ସଠିକ୍ ଚାଷୀଙ୍କୁ ନ ନେଇ କମିଟି ତରବରିଆ ଭାବେ ଗଠନ କରାଯାଇଛି। ଯାହା କମିଟି ସଦସ୍ୟଙ୍କୁ ନ ଡାକି ଥରେ ମଧ୍ୟ ମିଟିଙ୍ଗ ନକରି ମନ ଇଚ୍ଛା ସରକାର ଅଧିକାରୀ କାର୍ଯ୍ୟ କରିଛନ୍ତି। ସୂଚନା ଥାଉକି ଗ୍ରାମର ଚାଷୀଙ୍କୁ ଆତ୍ମନିଭର କରିବା ପାଇଁ ପି ଏସ ଏମ ଇ ବାବଦକୁ ଛେଳି ଚାଷ, କୁକୁଡ଼ା ପାଳନ, ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ୧୬୦୦୦ଟଙ୍କା ପ୍ରଦାନ କରାଯାଇଥିଲା! ଯେଉଁ ହିତାଧିକାରୀ ପାଇବା ଯୋଗ୍ୟ ସେମାନଙ୍କୁ ଦିଆ ନଯାଇ ଯେଉଁ ମାନେ ସେହି ଜଳ ବିଭାଜିକା ଏରିଆରେ ଆସୁ ନାହାନ୍ତି ସେମାନେ ଏହାର ଫାଇଦା ନେଉଛନ୍ତି। ସବୁଠାରୁ ରୋଚକ କଥା ଗ୍ରାମରେ ଥିବା ପୁରୁଣା ପୂଖରୀକୁ ନୂଆଁ ଦର୍ଶାଇ ମିଥ୍ୟା ବିଲ୍ ଜଳବିଭାଜିକା ତରଫରୁ କରାଯାଇଛି !ଯାହାଫଳରେ କେତେ ବିଲ ହୋଇଛି ଜଳ ବିଭାଜିକା ପ୍ରକଳ୍ପର ନୁତନ ପୋଖରୀ ତିଆରି ହେବା କଥା ପୁରୁଣା ପୋଖରୀ କିଛି କାର୍ଯ୍ୟ କରି ନୁତନ ପୋଖରୀ ଟଙ୍କା ବିଲ୍ ହୋଇଥିବା ଅଭିଯୋଗ ହୋଇଛି ଏବଂ ଅନ୍ୟପଟେ ମନରେଗା ଯୋଜନାରେ ସେଇ ପୂଖରୀକୁ ଖୋଳା ଯାଇଥିଲା। ଅନ୍ୟପଟେ ଗ୍ରାମବାସୀ ଚେତାବନୀ ଦେଇ କହିଛନ୍ତି ଏହି ଜଳ ବିଭାଜିକା ପ୍ରକଳ୍ପରେ ଯାହା ଦୁର୍ନୀତି ହୋଇଛି ଟଙ୍କା ଫେରସ୍ତ କରାନଗଲେ ଆଗକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେବୋଲି କହିଛନ୍ତି ଗ୍ରାମ ବାସି ।ଏ ବିଷୟରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରିଣୀ ମାନା ନାୟକ କୁ ବାରମ୍ବାର ଫୋନ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିସିଭ କରି ନଥିଲେ!ଯାହା ଫଳରେ ତଦନ୍ତ ପାଇଁ ଦାବୀ କରିଛନ୍ତି ଗ୍ରାମବାସି ଏହାର ଦୁର୍ନୀତି ସତ୍ୟାସତ୍ୟ ପଦାକୁ ଆସିବ ଆଗକୁ!

Leave a Reply

Your email address will not be published. Required fields are marked *