Spread the love

ନୂତନ ଦାୟିତ୍ୱ ପାଇଥିବା ଲୋକ ଜନଶକ୍ତି ପାର୍ଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଜମନକିରା, ସମ୍ବଲପୁର, ୨୭/୯: ଲୋକ ଜନଶକ୍ତି ପାର୍ଟି (ରାମବିଳାସ), ଓଡ଼ିଶାର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଜମନକିରାରେ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ଅବସରରେ ଜମନକିରା ଥାନାର ଆଇଆଇସି ରଞ୍ଜନ ନାଗଙ୍କୁ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସମ୍ବଲପୁର ଜିଲ୍ଲା ଉପସଭାପତି ହରମୋହନ ପଟେଲ ଏବଂ ଜମନକିରା ବ୍ଲକ ସଭାପତି ନରେନ୍ଦ୍ର ସାହୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ ଫାଶିମାଲର ଆକାଶ ପଟେଲ ଓ ଅତୁଲ୍ୟ ପଟେଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ନୂତନ କର୍ମକର୍ତ୍ତାମାନେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସହ ନିକଟତର ଭାବେ କାର୍ଯ୍ୟ କରିବେ ବୋଲି ଉପସ୍ଥିତ ଦଳୀୟ କର୍ମକର୍ତ୍ତାମାନେ ଆଶା ପ୍ରକାଶ କରିଥିଲେ।

ସମ୍ବଲପୁର ପ୍ରତିନିଧି, ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *