Spread the love

( ଜ଼ିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |

ଜଗତସିଂହପୁର
ତା =15/1/23

ଜଗତସିଂହପୁର ଜ଼ିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଧଲତଙ୍ଗଗଡ଼ ବିଟ ହାଉସ ଠାରେ ବନ୍ଧୁ ମିଳନ ଓ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଜ଼ିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ସଭାପତି ପବିତ୍ର ମୋହନ ଗୋଛାୟତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଧାନସଭା ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି | ସଂମ୍ମାନିତ ଅତିଥି ପୂର୍ବତନ ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ | ରାମ ଚନ୍ଦ୍ର ସ୍ୱାଇଁ | ରାଜ କିଶୋର ସାହୁ | ଅନନ୍ତ ନାରାୟଣ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ | ଜ଼ିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ |ତାହା ପରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ କୈଳାସ ଚନ୍ଦ୍ର ପ୍ରଧାନ, ରାମ ଚନ୍ଦ୍ର ସ୍ୱାଇଁ, ଗୁରୁଚରଣ ସ୍ୱାଇଁ, ନନ୍ଦ କିଶୋର ଜେନା, ଜିତେନ୍ ଦାସ, ଗଙ୍ଗାଧର ସ୍ୱାଇଁ, ରାଜେନ୍ଦ୍ର ସାହୁ ପ୍ରମୁଖ ଶତାଧିକ ଶାରୀରିକ ଶିକ୍ଷକ ଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଶତାଧିକ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *