Spread the love


ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ

ଢେଙ୍କାନାଳ, ତା.୨୮,୦୪, ୨୦ ୨୩ରିଖ : ଢେଙ୍କାନାଳ ପୌରାଂଚଳ, ୱାର୍ଡ ନଂ-୯ ଯଦୁପତି ବିହାରର ଅଧିବାସୀମାନେ ଓଡ଼ିଶା ବସ୍ତିବାସୀନ୍ଧା ଭୂ-ଅଧୀକାର ନିୟମ ୨୦୧୭ ଅନୁଯାୟୀ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ସାହିବା ସୀନ୍ଦା ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ଦେଇ ଗୁହାରୀ ଜଣାଇଛନ୍ତି । ପ୍ରକାଶ ଯେ, ସାହିବାସୀନ୍ଦା କହିବା ମୁତାବକ ବହୁବର୍ଷ ଧରି ସରକାରୀ ଜମିରେ ରହିଆସୁଛନ୍ତି, ହେଲେ ଦୁଃଖର ବିଷୟ ଏପର୍ଯ୍ୟନ୍ତ ପୌରପରିଷଦ ତାଙ୍କୁ ସରକାରଙ୍କ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଯାହାଫଳରେ ସେମାନେ ଭୂ-ଅଧିକାର ପ୍ରମାଣପତ୍ର ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସାହିର ଜୁନିଆ ନାଏକ, ହବିଶୀ ଜେନା, ସଙ୍ଗୀତା ଜେନା, ଝିଲି ଜେନା, ମାମିନା ଜେନା, ରଶ୍ମିତା ନାଏକ, କୁନି ଜେନା, ଲତା ନାଏକ, ମିରା ନାଏକ, ରଜନୀ ଜେନା, କବିତା ଜେନା, କାମିନୀ ଜେନା, ଛବି ଜେନା, ଗୁଲାପ ନାୟକ, ସୁଜାତା ନାୟକ, ରଞ୍ଜନ ଜେନା, ସଞ୍ଜୁ ଜେନା ଓ ସୁମି ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଜାଗା ମିଶନରେ ଅନ୍ତର୍ଭୁକ୍ତ କରିବା ପାଇଁ ପତ୍ର ମାଧ୍ୟମରେ ଚହାରୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *