Spread the love

ଜାଗ୍ରତ ଭାରତ ପ୍ରେସ ଆସୋସିଏସନ ନିଆରା ଭାବରେ ପାଳିଲେ ପ୍ରେସ ଦିବସ

date16/11/26, Talcher ଖବରରେ_ନୁହେଁ_ସେବାରେ_ବି_ଦେଖାଇଲେ_ମାନବିକତା_ଅସହାୟ_ମା_ମାନଙ୍କ_ପାଇଁ_ଆଗେଇ_ଆସିଲେ_ସାମ୍ବାଦିକ!
ତାଳଚେରରେ ଜାତୀୟ ପ୍ରେସ୍ ଦିବସ ଅବସରରେ #ଜାଗ୍ରତ_ଭାରତ_ପ୍ରେସ୍_ଆସୋସିଏସନ୍ ପକ୍ଷରୁ ଦେଖିବାକୁ ମିଳିଲା ଏକ ନିଆରା ଓ ହୃଦୟସ୍ପର୍ଶୀ ପଦକ୍ଷେପ। ତାଳଚେର
୧୧ ନମ୍ବର ୱାର୍ଡସ୍ଥିତ ବୃଦ୍ଧାଶ୍ରମରେ ପହଞ୍ଚି ଅସହାୟ ବୃଦ୍ଧା ମା’ମାନଙ୍କୁ କମ୍ବଳ ଓ ମିଠା ବଣ୍ଟନ କରିଥିଲେ ସଂଘର ସଦସ୍ୟ # ଦୁର୍ଯ୍ୟୋଧନ ପ୍ରଧାନ ଓ #ଅନୁରାଗ ଆଚାର୍ଯ୍ୟ। ଓ ଅନ୍ୟମାନେ l
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ବାପି_ମାହାନ୍ତି, ଓ ଆର ପି ଆଇ ଜିଲ୍ଲା ସଭାପତି ପ୍ରଦୀପ ଶତପଥୀ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି କହିଥିଲେ, ସାମ୍ବାଦିକଙ୍କ ସଠିକ୍ ଓ ନିରପେକ୍ଷ ଖବର ଯୋଗୁଁ ଅନେକ ଅସହାୟ ଲୋକଙ୍କ ଦୁଃଖ ଓ ସମସ୍ୟା ସମାଜ ସାମ୍ନାକୁ ଆସିପାରୁଛି।
ମନେ ରଖନ୍ତୁ, ସାମ୍ବାଦିକଙ୍କ ପରିଚୟ କେବଳ ଖବର ଓ କ୍ୟାମେରା ନୁହେଁ, ସମାଜର ଦୁଃଖୀ ଓ ଅସହାୟଙ୍କ ପାଖରେ ଠିଆ ହେବା ମଧ୍ୟ ପ୍ରକୃତ ସାମ୍ବାଦିକତାର ପରିଚୟ।
ଏଭଳି ମହତ୍ କାର୍ଯ୍ୟକୁ ନେଇ ତାଳଚେରରେ ପ୍ରଶଂସାର ସୁଅ ଛୁଟିଛି।
ଜାଗ୍ରତ ଭାରତ ପ୍ରେସ୍ ଆସୋସିଏସନ୍‌ର ଏହି ମାନବିକ ପ୍ରୟାସକୁ ଅଶେଷ ଅଭିନନ୍ଦନ। ଓ ଶୁଭେଚ୍ଛା ଜଣାଇଥିଲେ l

Leave a Reply

Your email address will not be published. Required fields are marked *

You missed