Spread the love

ଜାତୀୟ ଏକତା ଦିବସରେ ବିଶ୍ୱନାଥପୁର ପୋଲିସ ତରଫରୁ ରନ୍ ଫର୍ ୟୁନିଟ୍ କାର୍ଯ୍ୟକ୍ରମ ହାତକୁ ନେ଼ଇ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଗୋଟିଏ ଗଣ ଦୌଡର ବ୍ୟବସ୍ଥା କରାଯାଇଥିଲା । ସେଥିରେ ସ୍ଥାନୀୟ ଯୁବକ ଓ ପୋଲିସ୍ ଅଧିକାରୀମାନେ ଯୋଗଦେଇଥିଲେ ତଥା I I C ବିଶ୍ୱନାଥପୁର କଳ୍ପନା ବେହେରା,A S I ପ୍ରବୀଣ କୁମାର ରଥ ଓ ସମସ୍ତ ଗୃହରକ୍ଷୀ ଯୋଗ ଦେଇଥିଲେ। ଜାତୀୟ ଏକତା ସ୍ଲୋଗାନ ସହିତ ଦୌଡ଼ରେ ତିନି ଜଣଙ୍କୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇଁ ପୁରସ୍କାର ପ୍ରଦାନ କରିଥିଲେ I I C ମହାଶୟା। ସମସ୍ତଙ୍କ ପାଇଁ ପାନୀୟ ଓ ସାମାନ୍ୟ ଜଳଖିଆର ବ୍ୟବସ୍ଥା ପୋଲିସ ତରଫରୁ କରାଯାଇଥିଲା । ଉକ୍ତ ଦୌଡ଼ରେ କିଶୋର ଘଡ଼େଇ, କଳ୍ପନା ବେହେରା ଓ ପ୍ରବୀଣ କୁମାର ରଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *

You missed