Spread the love

ଜାତୀୟ ଜଳପଥ-୫ (NW-5)ର ବିକାଶ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର (୦୩/୧୧/୨୦୨୬): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଶ୍ରୀ ବିଜୟ କୁମାରଙ୍କ ଉପସ୍ଥିତିରେ ଜାତୀୟ ଜଳପଥ-୫ (NW-5)ର ବିକାଶ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିଳ୍ପ ଅଂଶୀଦାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରକଳ୍ପର ମୁଖ୍ୟ ବିବରଣୀ:

  • ସମୁଦାୟ ଦୈର୍ଘ୍ୟ: ପ୍ରାୟ ୫୮୮ କିଲୋମିଟର।
  • ପ୍ରଥମ ଭାଗ (ନଦୀ ଭିତ୍ତିକ ସେକ୍ସନ୍): ତାଳଚେରରୁ ପାରାଦ୍ୱୀପ/ଧାମରା ପର୍ଯ୍ୟନ୍ତ ପ୍ରାୟ ୩୩୨ କି.ମି., ଯାହାକି ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ମଧ୍ୟରେ ଅନ୍ତର୍ଭୁକ୍ତ।
  • ଦ୍ୱିତୀୟ ଭାଗ (କେନାଲ ସେକ୍ସନ୍): ଧାମରାରୁ ପଶ୍ଚିମବଙ୍ଗର ଜିଓଁଖାଲି ପର୍ଯ୍ୟନ୍ତ ପ୍ରାୟ ୨୫୬ କି.ମି.।
  • ଲକ୍ଷ୍ୟ: ଖଣିଜ ଓ ଶିଳ୍ପାଞ୍ଚଳ ମଧ୍ୟରେ ଆଭ୍ୟନ୍ତରୀଣ ଜଳପଥ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ବନ୍ଦର ଭିତ୍ତିକ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା। ଏହି ପ୍ରକଳ୍ପଟି ବର୍ତ୍ତମାନ ଅନୁମୋଦନ ପର୍ଯ୍ୟାୟରେ ରହିଛି।

ବୈଠକର ଆଲୋଚନା ବିଷୟବସ୍ତୁ:

  • ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI) ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ବିଭିନ୍ନ ବିବାଦ ତଥା ସମନ୍ୱୟ ରକ୍ଷା।
  • ଟର୍ମିନାଲ୍ ଓ ହାଇଡ୍ରୋଲିକ୍ ଷ୍ଟ୍ରକଚର ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଏବଂ ହସ୍ତାନ୍ତର।
  • ଜଳପଥ ପାଇଁ ସର୍ବନିମ୍ନ ଆବଶ୍ୟକୀୟ ଗଭୀରତା (LAD) ବଜାୟ ରଖିବାକୁ ଜଳ ଛାଡ଼ିବା, ଖାଲପାଳ ନାଭିଗେସନାଲ୍ ଲକ୍ ବିକାଶ ଏବଂ ଆଇନଗତ ମଞ୍ଜୁରୀ।
  • ବ୍ରିଜ୍ ନିର୍ମାଣ ଓ ପୁରୁଣା ପୋଲ ଭାଙ୍ଗିବା, ଅନ୍ତିମ ପର୍ଯ୍ୟାୟ ସଡ଼କ ସଂଯୋଗୀକରଣ (Last mile road connectivity) ଏବଂ ବିଦ୍ୟୁତ୍ ଲାଇନ୍ (HT/LT) ସ୍ଥାନାନ୍ତରଣ।
  • ବାହୁଦା ମୁହାଁଣ ବନ୍ଦର, କେନ୍ଦ୍ରାପଡ଼ା ଜିଲ୍ଲାର ଜାହାଜ ନିର୍ମାଣ କ୍ଲଷ୍ଟର (Shipbuilding Cluster) ଏବଂ ପୁରୀଠାରେ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ ଭଳି ଆଗାମୀ ପ୍ରକଳ୍ପ ଉପରେ ଆଲୋଚନା।

ରାଜ୍ୟର ଶିଳ୍ପ ବିକାଶ ଓ କ୍ରୁଜ୍ ପର୍ଯ୍ୟଟନର ଉନ୍ନତି ପାଇଁ ଏହି ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *