Spread the love

କାକିନାଡା, ୫ା୮: ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ଡିଭିଜନ ‘ଏ’ର ଏକ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ମଙ୍ଗଳବାର ହକି ମଧ୍ୟପ୍ରଦେଶ, ହକି ହରିୟାଣା, ହକି ଝାଡ଼ଖଣ୍ଡ ମଧ୍ୟ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି।

ପ୍ରଥମ ଡିଭିଜନରେ ମଧ୍ୟପ୍ରଦେଶ ୫-୦ ଗୋଲ୍‌ରେ ହକି ଚଣ୍ଡିଗଡ଼କୁ ପରାସ୍ତ କରଥିଲା।

ସେହିପରି ହକି ହରିୟାଣା ୭-୧ ଗୋଲ୍‌ରେ ହକି ବେଙ୍ଗଲକୁ ପରାସ୍ତ କରିଥିବା ବେଳେ ହକି କର୍ନାଟକ ବିପକ୍ଷରେ ହକି ଝାଡ଼ଖଣ୍ଡ ୨-୦ ଗୋଲ୍‌ରେ ବିଜୟ ଲାଭ କରିଛି।ଡିଭିଜନ ‘ବି’ରେ ଖେଳାଯାଇଥିବା ମ୍ୟାଚ ମଧ୍ୟରେ ଉତ୍ତରାଖଣ୍ଡ ୧୧-୦ରେ ପୁଡୁଚେରୀକୁ ହରାଇ ଦେଇଥିବା ବେଳେ ତାମିଲନାଡୁ ଓ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୩-୩ରେ ଅମୀମାଂସିତ ରହିଥିଲା।

Leave a Reply

Your email address will not be published. Required fields are marked *