Spread the love

ଜାତୀୟ ସ୍ତରୀୟ ଜୁଡୋ ପ୍ରତିଯୋଗିତାରେ ଅନୁଗୋଳ ର ଆୟୁଷ

ଅନୁଗୋଳ:ଚଳିତ ମାସ ତା ୧୭/୧୧/୨୦୨୫ ରିଖ ଠାରୁ ତା ୧୯/୧୧/୨୦୨୫ ରିଖ ପଯ୍ୟନ୍ତ ଜାତୀୟ ସ୍ତରିୟ ଜୁଡୋ ପ୍ରତିୟୋଗୀତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ଓଡିଏମ୍ ସ୍କୁଲ୍ ର ନବମ ଶ୍ରେଣୀ ଛାତ୍ର ଆୟୁଷ ପ୍ରଧାନ ରାଜ୍ୟ ସ୍ତରୀୟ ଜୁଡୋ ପ୍ରତିୟୋଗିତରେ ସ୍ଵର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଆୟୁସ କୁ ଅନୁଗୋଳ ଲୋକ ପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଜାତୀୟ ସ୍ତରରେ ପଦକ ହାସଲ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ,ଅନୁଗୋଳ ଜିଲ୍ଲା ଜୁଡୋ ସଂଘର ସମ୍ପାଦକ ସୁଧାଂଶୁ ପଣ୍ଡା, ଉପସଭାପତି ପର୍ଶୁରାମ ଦାଶ, ଶକ୍ତି ପ୍ରାସାଦ ପଟ୍ଟନାୟକ, ପ୍ରଦିପ କୁମାର ଦେବତା, ନିର୍ମଳ ଅଗ୍ରୱାଲ୍ ଆଶୀର୍ବାଦ ପ୍ରଦାନ କରିଛନ୍ତି, ଉକ୍ତ ଖେଳାଳି ଜିଲ୍ଲା ସହ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ଠାରୁ ଶିକ୍ଷ୍ୟା ଗ୍ରହଣ କରୁଛନ୍ତି।ଆୟୁସ ର ପରିବାରରେ ଖୁସିର ଲହରୀ ଖେଳିଯାଇଛି।ଅନୁଗୋଳ ରୁ ସୁଧାକର ସାହୁ

Leave a Reply

Your email address will not be published. Required fields are marked *