Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜାନୁଆରି ରୁ ଖୋଲିବ ମା ସମଲେଇଙ୍କ ମନ୍ଦିର

(ଜେ ବି ଏନ୍)୧୮/୧୨ ୨୦୨୦, (ରିପୋର୍ଟ, ସୁବ୍ରତ ସାମଲ) ସମ୍ବଲପୁର :ଜାନୁଆରୀ ୩ରେ ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର । ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଉଛି । ମନ୍ଦିର ଖୋଲିବା ପରେ ପ୍ରଥମ ୫ଦିନ ସମ୍ବଲପୁର ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଭକ୍ତ ମା’ଙ୍କ ଦର୍ଶନ ସୁଯୋଗ ପାଇବେ ବୋଲି ଜଣାପଡିଛି l