Spread the love

ଅଦ୍ୟ ତା ୧୩.୩.୨୬ ରିଖ ଶୁକ୍ରବାର ଦିନ ୧୨ ଘଣ୍ଟା ସମୟରେ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିକଟରେ ବର୍ତ୍ତମାନ ସମୟରେ ଉପୁଜିବା ଇନ୍ଧନ ଗ୍ୟାସ୍ ର ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାକୁ ଯଥାଶୀଘ୍ର ସୁଧାରିବା ଦିଗରେ ଉଚିତ୍ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଦିଆଗଲା । ଆଜି ଗ୍ୟାସ୍ ହେଉ କି ତୈଳଜାତ ଦ୍ରବ୍ୟ ଗୁଡିକରେ ଦେଖାଯାଇଥିବା ସଙ୍କଟ ମୋଦି ସରକାର ସମୂର୍ଣ୍ଣ ଦାୟୀ ବୋଲି କଂଗ୍ରେସ୍ ତରଫରୁ ପ୍ରେସ ବିବୃତ୍ତି ମାଧ୍ଯମରେ ଦର୍ଶାଯାଇଥିଲା। ଇରାନ, ଇସ୍ରାଏଲ ଯୁଦ୍ଧ ର ଠିକ୍ ୪ ଦିନ ପୁର୍ବରୁ ଆମ ପ୍ରଧାନମନ୍ତ୍ରୀ ଇସ୍ରାଇଲ ଯାଇ ଇସ୍ରାଏଲ କୁ father land କହିବା ଏବଂ ତାଙ୍କ ସିନେଟ୍ ରୁ ମେଡାଲ ଗ୍ରହଣ କରିବା ଫଳରେ ଆଜି ଇରାନ ଭାରତ କୁ ତୈଳ ରପ୍ତାନୀ ବନ୍ଦ୍ କରିଛି, ଯାହା ଫଳରେ ଆଜି ଭାରତ ବର୍ଷରେ ଗ୍ୟାସ୍ ସହିତ ବିଭିନ୍ନ ତୈଳ ଜାତୀୟ ସାମଗ୍ରୀ ଘୋର୍ ଅଭାବ ଦେଖା ଦେଇଛି। ପୁର୍ବରୁ ଇରାନ ଭାରତ କୁ ବିଭିନ୍ନ ସମୟରେ ସାହଯ୍ୟ କରି ଆସିଅଛି। ଯେତେବେଳେ ଆମେରିକା ଭାରତକୁ ତୈଳ କଟକଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ କଟକଣା ଲଗାଇଥିଲା ଇରାନ ସେତେବେଳେ ଭାରତକୁ ବନ୍ଧୁତ୍ୱର ହାତ ବଢ଼ାଇ ସବୁକ୍ଷେତ୍ରରେ ସାହଯ୍ୟ କରିଥିଲା।ହେଲେ ଆଜି ମୋଦି ସରକାର ନିଜ ସ୍ବାର୍ଥ ପାଇଁ ଏବଂ ଟ୍ରମ୍ପ ଆଗରେ ମୁଣ୍ଡ ନୁଆଁଇ ଇରାନ ର ସମସ୍ତ ସାହାଯ୍ୟ ଭୁଲି ଇସ୍ରାଏଲ କୁ ଯାଇ ଭାରତ ର ଛବିକୁ ମଳିନ କରିଛନ୍ତି। ମୋଦୀ ସରକାର ଏବେ ଭାରତକୁ ଏପରି ଏକ ସ୍ଥାନରେ ରଖିଦେଇଛନ୍ତି ଯେ ଭାରତୀୟ ଜନତା ବୁଝି ପାରୁନାହାନ୍ତି କି ଭାରତର ଆଭିମୁଖ୍ୟ କଣ ? ଭାରତ ଇରାନ ପଟେ ଅଛି କି ଇସ୍ରାଇଲ ପଟେ ଅଛି ? ଆଉ ଯଦି ନିରପେକ୍ଷ ଅଛି ତାହାହେଲେ ମୋଦିଜୀ ଇସ୍ରାଇଲ ଯିବାର ଉଦ୍ଦେଶ୍ୟ କଣ? ଆମେରିକା ଆଗରେ ଆଣ୍ଠୁ ମାଡ଼ି ତା ହୁକୁମ୍ ମାନିବା ର ଅର୍ଥ କଣ ? ଆଜି କଂଗ୍ରେସ୍ ଏ ସବୁର ଜବାବ୍ ଚାହୁଁଛି ଏବଂ ଯଥାଶୀଘ୍ର ଗ୍ୟାସ୍ ଓ ତୈଳ ଜାତୀୟ ସାମଗ୍ରୀ ର ଅଚଳାବସ୍ଥା ଦୂର କରିବା ପାଇଁ ଦାବୀ ଜଣାଇ ପୁରା ଓଡ଼ିଶା ରେ ଆଜିର ଦିନରେ ଜିଲ୍ଲପାଳ ମାନଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଅଛି।ଆଜି ଢେଙ୍କାନାଳରେ ମଧ୍ୟ ଜିଲ୍ଲା ସଭାପତି ଶ୍ରୀ ଛବିରାଜ୍ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏହି ଆନ୍ଦୋଳନ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *