Spread the love

ଅଦ୍ୟ ତା ୨୪.୪.୨୦୨୬ ରିଖ ରେ ଜମନକିରା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ମହିଳା ଆୟୋଗ ର ସହାୟତା ରେ ଆଇନ ସଚେତନତା କର୍ମଶାଳା ର ଆୟୋଜନ କର। ହୋଇଥିଲା ଶ୍ରୀମତୀ ସରିତା ଦାସ ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍ ଅଫିସର ଜିଲ୍ଲା ସମାଜ ମଙ୍ଗଳ କାର୍ଯାଳୟ ଙ୍କ ସ୍ବାଗତ ସମ୍ବର୍ଦ୍ଧନା ରେ କାର୍ଯ୍ୟକ୍ରମ ର ଆରମ୍ଭ କର। ହୋଇଥିଲା।ଶ୍ରୀମତୀ ସରୋଜା ବେହେରା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଉକ୍ତ କାର୍ଯ୍ୟକ୍ରମ ର।ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମ କୁ ପରିଚ।ଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀମତୀ ମୁକ୍ତ। ସାହୁ ସଭ୍ୟ। ମହିଳା ଆୟୋଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ମହିଳା ଆୟୋଗ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ,ମହିଳା ମାନଙ୍କର ପାଇଁ ଥିବା ବିଭିନ୍ନ ଯୋଜନା ଓ ଯୋଗ।ଯୋଗ ପାଇଁ ଥିବା ନମ୍ବର ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥିଲେ।ଶ୍ରୀମତୀ ସବିତା ନନ୍ଦ ଜାତୀୟ କାଉନସିଲ୍ ସଭ୍ୟ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମହିଳା ମାନେ କିପରି ଭାବରେ ନିଜକୁ ସୁରକ୍ଷିତ ରଖି ପାରିବେ ଓ ସରକାର ଙ୍କ ଥିବା ବିଭିନ୍ନ ଯୋଜନା ରେ ସାମିଲ ହେଇ ପାରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ।ଜମନକିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ ପଟେଲ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ତାଲିମ ଦାତା ଭାବରେ ଆଡଭୋକେଟ୍ ପ୍ରକାଶ ପଣ୍ଡା ଯୋଗ ଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯଥା ବାଲ୍ୟ ବିବାହ ଆଇନ,କର୍ମ କ୍ଷେତ୍ର ରେ ଯୌନ ନିର୍ଯାତନା ଆଇନ,ଲିଙ୍ଗ ନିରୂପଣ ଅ।ଇନ ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲେ।ଆଡଭୋକେଟ୍ ପ୍ରମୋଦ ସରାଫ୍ ଅନ୍ୟତମ ତାଲିମ ଦାତା ଭ।ବରେ ଯୋଗ ଦେଇ ଯୌତୁକ ନିବ।ରଣ ଆଇନ,ଘରୋଇ ହିଂସା ଆଇନ ,ଡାହାଣୀ ସନ୍ଦେହ ଆଇନ ଓ ସାଇବର୍ ସୁରକ୍ଷା ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲେ।ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ଏଡ୍.ଏଟ୍.ଆକ୍ସନ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମହିଳା ଓ ଶିଶୁ ମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତା ନମ୍ବର ସମ୍ବନ୍ଧ ରେ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କିଶୋରୀ ବାଳିକା ମାନେ ପୁଅ ଝିଅ ଭିତରେ ସମାନତା ଓ ଯୌନ ନିର୍ଯ୍ୟ।ତନ। ଉପରେ ନୃତ୍ୟ ପରିବେଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ,ମହାବିଦ୍ୟାଳୟ ର ଛାତ୍ରୀ,ଆଶା ,ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ। ମାନେ ଯୋଗ ଦାନ ଦେଇଥିଲେ।୧୧ ଜଣ ଅଙ୍ଗନୱାଡ଼ି କର୍ମୀ ଙ୍କୁ ଉକ୍ତ କାର୍ଯ୍ୟକ୍ରମ ରେ ପୁରସ୍କୃତ କର।ଯାଇଥିଲା।ଶ୍ରୀମତୀ ମମତା ପଟେଲ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜମନକିରା କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଜମନକିରା ଶିଶୁ ବିକାଶ ପ୍ରକଳ୍ପ ର ସମସ୍ତ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ରେ ସହୋଜଗ କରିଥିଲେ।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ

Leave a Reply

Your email address will not be published. Required fields are marked *