Spread the love

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ,ତା.୦୬.୦୭:- ଜିଲ୍ଲାର ଜନସାଧାରଣଙ୍କୁ ସ୍ବଚ୍ଛ, ଶୃଙ୍ଖଳିତ ଏବଂ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଗତ ଶନିବାର ଦିନ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀ କଲ୍ୟାଣ ସମିତି (r k s) ର ପରିଚାଳନା କମିଟି ବୈଠକ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଡାକ୍ତର, ରୋଗୀ କଲ୍ୟାଣ ସମିତିର ସଦସ୍ୟ ପ୍ରମୁଖ ଊପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏହା ସହ ସଂଲଗ୍ନ ଥିବା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚିକିତ୍ସାଳୟର ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ କରିବା ପାଇଁ ଇ ଟି ପି (Effluent Treatment Plant) ଏବଂ ଏସ୍ ଟି ପି (Sewerage Treatment Plant) ହସ୍ତାନ୍ତର ପ୍ରକ୍ରିୟା ଊପରେ ଗୁରୁତ୍ବାରୋପ କରାଯାଇଥିଲା । ସେହିଭଳି ବିଶ୍ରାମ ଗୃହର ସଫଳ ପରିଚାଳନା, ଚିକିତ୍ସାଳୟ ଭିତ୍ତଭୂମି ମରାମତି ଓ ରଙ୍ଗ କାର୍ଯ୍ୟ, ଟ୍ରକ ଆସୋସିଏସନ କେବିନର ନବୀକରଣ, ଅନଲାଇନ୍ ଇ- ଓପିଡି ଟିକେଟ ବ୍ୟବସ୍ଥା ସହ ସି ସି ଟି ଭି ସୁରକ୍ଷା ବ୍ୟବସ୍ଥା ଊପରେ ଆଲୋଚନା ହୋଇଥିଲା । ପ୍ରସ୍ତାବିତ କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ୍ ଲେ ।

Leave a Reply

Your email address will not be published. Required fields are marked *