Spread the love

ଜିଲ୍ଲା ସ୍ତରୀୟ ବିଶ୍ବ ପଖାଳ ଦିବସ ପାଳିତ

ଅନୁଗୋଳ,ତା.୨୦.୦୩:- ଓଡିଶାର କୃଷିଭିଭିକ ପରମ୍ପରା ଓ ଓଡିଶା ଜୀବନ ଶୈଳୀର ପ୍ରତୀକ ‘ପଖାଳ’ କୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବିଶ୍ବ ପଖାଳ ଦିବସ’ ମହାସମାରୋହରେ ସର୍କିଟ ହାଊସ୍ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସ‌ହ ଓଡିଆ ଖାଦ୍ୟର ଗାରିମା ବିଷୟରେ କହିଥିଲେ । ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇ ଓଡିଶା ଅସ୍ମିତା ଓ ସଂସ୍କୃତି ସହିତ ପଖାଳର ନିବିଡ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ବରିଷ୍ଠ ପଦାଧିକାରୀ ଏକତ୍ରିତ ହୋଇ ପାରମ୍ପରିକ ପଖାଳ ଓ ଅନ୍ୟାନ୍ୟ ବ୍ୟଞ୍ଜନ ଖାଇ ଏହି ଦିବସର ଆଭିମୁଖ୍ୟକୁ ସଫଳ କରିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧ୍ ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅନୁଗୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ଆରକ୍ଷୀ ଅଧୂକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧୀକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧ୍ବକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୂକାରୀ ପ୍ରମୁଖ ଊପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆପାତ କାଳିନ ଅଧିକାରୀ ତଥା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *