Spread the love

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ଊତ୍ସାହ ଓ ମହକ’

ଅନୁଗୋଳ, ତା. ୨୧.୦୯:- ଜିଲ୍ଲା ସ୍ତରୀୟ ସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ’ ଅନୁଗୋଳ ବ୍ଲାକଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ, ଆଦୃତ ଶିଶୁ ସଦନ, ଆଠମଲ୍ଲିକ ବାଳାଶ୍ରମ ଏବଂ ନବଜୀବନ କମ୍ୟୁନିଟି ସେଣ୍ଟର ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ସହିତ ପରିବାରରେ ଥଇଥାନ କରାଯାଇଥିବା ଶିଶୁମାନେ ମଧ୍ୟ ପୃଥକ ଭାବେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କର ଅନ୍ତଃନିର୍ହିତ ଗୁଣାବଳୀର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ। ସେପ୍ଟେମ୍ବର ମାସ ୧୩ ତାରିଖରେ କ୍ରୀଡା ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହା ସହିତ ଚଳିତ ବର୍ଷ ଶିଶୁ ଯତ୍ନ ଅନୁଷ୍ଠାନରୁ ଦଶମ ବୋର୍ଡ ପରିକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨ ଜଣ ଶିଶୁଙ୍କୁ ଯଶୋଦା ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ଚେକ୍ ମାଧ୍ୟମରେ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରି ଶଙ୍କର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦିପ୍ତିମୟୀ ସାହୁ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ରଜତ ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରିଣୀ ଚିନ୍ମୟୀ ସାମନ୍ତରାୟ, ଜିଲ୍ଲା ସ୍ବଳ୍ପ ସଂଚୟ ଅଧିକାରୀ ଶ୍ରୀ ଜଗନ୍ନାଥ ସେନାପତି ମଞ୍ଚାସିନ ରହି ନିଜ ନିଜର ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଯୋଗେଶ୍ବରୀ ବେହେରା, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲଳିତା ଲାକ୍ରା, ପି ଓ ଦ୍ରୌପଦୀ ମାରାଣ୍ଡି, ଡ. କୁଳମଣୀ ନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଗିତାଞ୍ଜଳୀ ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ମଞ୍ଚାସିନ ରହି ମହକ କାର୍ଯ୍ୟକ୍ରମର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନେ ରାଜ୍ୟ ସ୍ତରରେ ଊତ୍ସାହ ଓ ମହକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *