Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜୀବନ କ୍ଳବ ପରିସରରେ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ 

 

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୬. ୦୧. ୨୦୨୧-: ) ଆଜି ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ ମାର୍ଗ ଜନସ୍ବାସ୍ଥ୍ୟ ବିଭାଗ ଅନୁଖଣ୍ଡ ପରିସର ଜୀବନ କ୍ଳବ୍ ପ୍ରାଙ୍ଗଣରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ଜଗଦୀଶ ପାତ୍ର,ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଆମ ଜାତୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ। କର୍ମଚାରୀ ସଂଘ ର ରାଜ୍ୟ ଉପସଭାପତି ରବି କୁମାର ପାଣିଗ୍ରାହୀ କୋଷାଧ୍ୟକ୍ଷ ରଘୁନାଥ ପାତ୍ରଙ୍କ ସମେତ ଡି.ଗୁରୁନାଥ, କୈଳାସ ଚନ୍ଦ୍ର ସାହୁ, ଶିଶିର ଗୌଡ଼ ,ଡି.ସିମାଦ୍ରୀ ପାତ୍ର,ଜି ଲବ, ରଶ୍ମୀ କୁମାର ପାଣିଗ୍ରାହୀ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।