Spread the love

ଜୁନାଗଡ଼ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜୁନାଗଡ଼, ୦୫/୦୮(ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ୍ ପରିସରରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ଶ୍ରୀ ଦେବାଶିଷ କର, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହରା ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ଶିବିରରେ ଡା. ସୁନୀଲ କୁମାର ପାଢ଼ୀ, ଡା. ଚେତୁରାମ ମେହେର, ଡା. ନିବେଦିତା ମହାରାଣା ଓ ଡା. ସନତ ଶତପଥୀଙ୍କୁ ନେଇ ଗଠିତ ବିଶେଷଜ୍ଞ ଡାକ୍ତରୀ ଦଳ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିହ୍ନଟ, ଡାକ୍ତରୀ ପରାମର୍ଶ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଶିବିରରେ ମୋଟ ୨୩୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ୪ଟି ଟ୍ରାଇସାଇକେଲ, ୧ଟି ହୁଇଲ୍‌ଚେୟାର, ୧ ଜଣଙ୍କୁ ଆବଭ୍ ନି ପ୍ରୋସ୍ଥେସିସ୍, ୬ ଜଣଙ୍କୁ କେଏଫଓ, ୪ ଜଣଙ୍କୁ ଏଏଫଓ, ୫ ଜଣଙ୍କୁ ଏଲ୍‌ଏସ୍ ବେଲ୍ଟ, ୭ ଜଣଙ୍କୁ ନି ଅର୍ଥୋସିସ୍ ଏବଂ ୨ ଜଣଙ୍କୁ ସିଟିଇଭି ଜୋତା ପ୍ରଦାନ ପାଇଁ ସୁପାରିଶ କରାଯାଇଥିଲା।
ସ୍ଥାନୀୟ ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ଫଳପ୍ରସୂ ହୋଇଥିବା ମତ ପ୍ରକାଶ ପାଇଛି,

Leave a Reply

Your email address will not be published. Required fields are marked *