Spread the love

ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଗୋଲାମୁଣ୍ଡା ଠାରେ ସର୍ବ ଦଳୀୟ ଭାବେ ସ୍ୱାଗତ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

ଗୋଲାମୁଣ୍ଡା/୧୨/୧/୨୬/ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଉଦ୍ୟାନ ବିଭାଗ ନିକଟରେ ସାଉଳ ମଙ୍ଗରାଜ ଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା, ସର୍ବ ପ୍ରଥମେ ଶହ ଶହ ଲୋକ କଦଳୀ ମୁଣ୍ଡା ଛକ ନିକଟରେ ପୁର୍ବତନ ଗୃହ ମନ୍ତ୍ରୀ ତଥା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ଶ୍ରୀ ଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ସ୍ଵାଗତ ସହିତ ଶହ ଶହ ଲୋକେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ ଏବଂ ମୋଟର ସାଇକେଲ ରାଳୀ ଦ୍ବାରା ଉଦ୍ୟାନ ବିଭାଗ ନିକଟରେ ଆସି ଅଞ୍ଚଳର ବିକାଶ କାର୍ଯ୍ଯ କ୍ରମ ଉପରେ ଆଲୋଚନା ହୋଇଥିଲା, ମୁଖ୍ୟ ଉଦେଶ୍ୱ ଥିଲା (ଜେ ଏମ ଏଫ ସି) କୋର୍ଟ ଉପରେ ଗୁରୁତ୍ବ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାହୁଲ ମଙ୍ଗରାଜ, ଦୟା ସାଗର ଚାଲାନ,ଗୋଲାମୁଣ୍ଡା ପୂର୍ବତନ ସରପଞ୍ଚ ନକୁଲ ବିଶି, ଗୋଲାମୁଣ୍ଡା ଗୌନ୍ତିଆ ସୁବାଷ ଚନ୍ଦ୍ର ରାଉତ, ମୁନିଆ ଶିପକା ପ୍ରମୁଖ ଉପସ୍ଥାପନ କରି ଥିବା ବେଳେ ଗୋଲାମୁଣ୍ଡା ଜୋନ ଜିଲ୍ଲା ପରିଷଦ ସଭ୍ୟା ହେମଗିନି ରାଉତ, ଗଣ୍ଡାମେର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଦଇତାରୀ ରାଉତ, ମୁରଲି ଧର ବାଗ, ଯନ୍ମେ ଜୟ ମାଝୀ, ବିଶ୍ବମ୍ବର ତେଜି, ରାଜେଶ ବଗର୍ତ୍ତି, ପ୍ରମୁଖ ତଥା ଶତାଧିକ ଲୋକ ଉପସ୍ଥିତ ଥିଲେ, ଏହି ଅବସରରେ ବିଧାୟକ ଙ୍କ ପିଏ ଦିନେଶ ବଗର୍ତ୍ତୀ, ଦଶ ପୁର ସରପଞ୍ଚ ରଞ୍ଜନ ସାହୁ, ସନ୍ୟାସୀ ଦୂର୍ଗା, ଟୁଟୁ ମଙ୍ଗରାଜ, ପରମାନନ୍ଦ ଘି, ଅନିଲ ମଲ୍ଲିକ, ଗିରିଧାରୀ ତେଜି, କାମପାଳ ସେଠିଆ ପ୍ରମୁଖ ଉପସ୍ଥିତ ରହି ଥିଲେ, ଏହା ପରେ ଗୋଲାମୁଣ୍ଡାରେ ଥିବା ଅନେକ ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଅନୁ ଧ୍ୟାନ କରି ଥିଲେ, ଆଗାମୀ ଦିନରେ ନିଶ୍ଚୟ ରାସ୍ତା ନିର୍ମାଣ କାର୍ଯ୍ୟରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ, ଏବଂ ଗୋଲାମୁଣ୍ଡା ବ୍ଲକ ଏକ ଅନୁନ୍ନତ ବ୍ଲକ ଥିବା ବେଳେ ଅନେକ ଲୋକ ଦାଦନ ଶ୍ରମିକ ଭାବେ ବାହାରକୁ ଯାଇ ମୃତ୍ୟୁ ବରଣ କରି ଥିବା ବେଳେ ଏବେ ମନରେଗା ଯୋଜନାରେ ତିନିଶହ ଦିନ କଳାହାଣ୍ଡି ଜିଲ୍ଲା ପାଲ ଙ୍କ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଙ୍କୁ ପରାମର୍ଶ କରି ତିନିଶହ ଦିନ କାର୍ଯ୍ୟ ଅନୁ ମୋଦନ କରା ଯାଇଛି ବୋଲି ବିଧାୟକ କହିଥିଲେ ପରିଶେଷ ରେ ଗୋଲାମୁଣ୍ଡା ର ବିକାଶ ପାଇଁ ଅହରହ ଚେଷ୍ଟା ଜାରି ରହିବ ବୋଲି ପ୍ରତିଶୃତି ଦେଇଥିଲେ ଓ ବିଡ଼ିଓ ଏବଂ ତହସିଲଦାର କୁ ଡାକି ଗୋଲାମୁଣ୍ଡା ର ବିକାଶ କେମିତି ହେବ ତାହା ଉପରେ ଆଲୋକପାତ କରିଥିଲେ। ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *