Spread the love

ଜୁନାଗଡ଼ ବ୍ଲକରେ “ହର ଘର ତ୍ରିରଙ୍ଗା -୨୦୨୬”କାର୍ଯ୍ୟକ୍ରମ ଅନୁଷ୍ଠିତ l

ଜୁନାଗଡ଼ :-(ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ଼ ର ମିଳିତ ଆନୁକୂଲ୍ୟରେ “ହର ଘର
ତ୍ରିରଙ୍ଗା -୨୦୨୬”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଦେବାଶିଷ କର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବେଦାନ୍ତ ମାଝୀ (ଏ ବି ଡି ଓ) ତୁଷାର ସାହୁ. (ବି ଏସ. ଏସ.ଓ) ଏବଂ ସମସ୍ତ ପଦାଧିକାରୀ ତଥା ସବିତା ମେହେର ବ୍ଲକ ଅଧ୍ୟକ୍ଷା, କାଞ୍ଚନ ବାଗ ବି.ଜେ.ପି ଜିଲ୍ଳା ଉପ ସଭାନେତ୍ରୀ,ପ୍ରମୋଦ ବେହେରା ବ୍ଲକ-ଉପାଧ୍ୟକ୍ଷ, ତାରା ଶଙ୍କର ରାଏଗୁରୁ ସଭାପତି ବ୍ଲକ ସରପଞ୍ଚ ସଂଘ ଏବଂ ଜନପ୍ରତିନିଧି ତଥା ସାମ୍ବାଦିକ ମାନେ ଯୋଗଦାନ କରିଥିଲେ l ପୂର୍ବାହ୍ନ ୧୦.୩୦ଘଣ୍ଟା ସମୟରେ ଏକ ବୃହତ ବ୍ଲକ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ମା ଲଙ୍କେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ମୋଟର ସାଇକେଲ ମାଧ୍ୟମରେ କରାଯାଇଥିଲା l
“ହର ଘର ତ୍ରିରଙ୍ଗା “ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଗଭୀର ଭାବନା ଜାଗ୍ରତ କରିବା ଏବଂ ଆମ ଜାତୀୟ ପତାକାର ମହତ୍ୱକୁ ଅଧିକରୁ ଅଧିକ ବୁଝିବାକୁ ଚେଷ୍ଟା କରିଥାଏ l ଏହି ଅଭିଯାନ ଏକ ଗଭୀର ବ୍ୟକ୍ତିଗତ ଏବଂ ଆନ୍ତରିକ ସଂଯୋଗରେ ପରିଣତ କରିବାକୁ ଚାହୁଁଛି l ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ନିଜ ନିଜ ଘରକୁ ତ୍ରିରଙ୍ଗା ପତାକା ନେଇ ଗର୍ବର ସହ ଉଡାନ୍ତୁ l ଆମର ଜାତୀୟ ପତାକା କେବଳ ଏକ ପ୍ରତୀକ ନୁହେଁ, ଏହା ଆମର ଗର୍ବ ଓ ଏକତା ବୁଝାଉଛି l
ଏହି କାର୍ଯ୍ୟକ୍ରମକୁ ବ୍ୟାପକ ପ୍ରଚାର ପ୍ରସାର କରିବାପାଇଁ ରଙ୍ଗୋଲି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l

Leave a Reply

Your email address will not be published. Required fields are marked *