Spread the love

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରଷ୍ଟୋଫର ଲକ୍ସନ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ସପ୍ତାହରେ ତାଙ୍କର ପ୍ରଥମ ସରକାରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ। ଲକ୍ସନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ । ଏହା ଦ୍ୱାରା ନ୍ୟୁଜିଲାଣ୍ଡରେ ଅଧିକ ନିଯୁକ୍ତି , ଅଧିକ ରପ୍ତାନୀ ଓ ଅଧିକ ଦୃଢ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି । ଲକ୍ସନ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ଅକଲାଣ୍ଡରେ ପହଞ୍ଚିବେ ଓ ତାପର ଦିନ ଭାରତ ଫେରିବେ । ଭାରତ ଓ ନ୍ୟୁଜିଲାଣ୍ଡ ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀ ଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଥିଲେ ।

Leave a Reply

Your email address will not be published. Required fields are marked *