Spread the love

କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଚମ୍ପଟ୍‍ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜେଲର ସେଲ୍‍ କାଟି ଦୁଇ ଜଣ ଫେରାର ହୋଇଯାଇଛନ୍ତି । ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍‍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ । ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ କରି ଲୁଟି ନେଇ ପଳାଇବାକୁ ପ୍ରୟାସ କରିଥିଲେ ।

ଲୁଟେରାଙ୍କ ଗୁଳିମାଡରେ ଜଣଙ୍କର ଜୀବନ ଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଘଟଣାସ୍ଥଳରେ କାବୁ କରି ପୁଲିସ ଜିମା ଦେଇଥିଲେ ।

Leave a Reply

Your email address will not be published. Required fields are marked *