Spread the love

ଯାଜପୁର: ଜେଲ୍‌ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଭାଇ ଭବ ପ୍ରସାଦ ଦାସ । ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର ପରେ ଜେଲ୍‌ ଗଲେ ଭବ ପ୍ରସାଦ ଦାଶ । ଗିରଫ ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରିଥିଲା ପୋଲିସ । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ପୋଲିସ ତାଙ୍କୁ ଗତକାଲି ରାତିରୁ ଅଟକ ରଖିଥିବା ବେଳେ ଆଜି ଗିରଫ କରିଥିଲା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭବ ଦାସଙ୍କୁ ଆଣି ଅଟକ ରଖିଥିଲା ଝାଜପୁର ଟାଉନ ଥାନା ପୋଲିସ। ଆଜି ସକାଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ଗିରଫ କରି ଏସ୍‌ଡିଜେଏମ୍‌ଙ୍କ ବାସଭବନକୁ ନେଇଥିଲା ପୋଲିସ । ଗତ ଗୁରୁବାର ଦିନ ବିରଜା ହାଟର ଜଣେ ବ୍ୟବସାୟୀଙ୍କୁ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଆସି ଧମକ ଦେବା ସହ ମାଡ ମାରିଥିଲେ। ଏପରିକି ତାଙ୍କ ପାଖରେ ଥିବା ଟଙ୍କା ମଧ୍ୟ ନେଇ ଯାଇଥିଲେ।ଏନେଇ ଥାନାରେ ଏତଲା ଦେଇଥିଲେ ସେହି ବ୍ୟବସାୟୀ ଜଣଙ୍କ । ଭବ ପ୍ରସାଦ ଦାସଙ୍କ ସହିତ ତାଙ୍କର କିଛି ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ। ବିଏନଏସ ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖିଥଲା ପୋଲିସ। ପରେ ଆଜି ତାଙ୍କୁ ଗିରଫ କରିଥିଲା ପୋଲିସ । ସେପଟେ ଏନେଇ ବବି ଦାସଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *