Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

‘ଝଡର ଇଗଲ ତୁମେ’ ଅଡ଼ିଓ କ୍ୟାସେଟ ଲୋକାର୍ପିତ

 

 

ଜେ ବି ଏନ, ୦୪/୦୩ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର-ଓଡ଼ିଶାର ପ୍ରଖ୍ୟାତ ଜନନେତା ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ଦେଶାତ୍ମବୋଧକ କ୍ୟାସେଟ ‘ଝଡର ଇଗଲ ତୁମେ’ ମୁକ୍ତିଲାଭ କରିଛି।ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାର କୋକାର୍ପଣ କରିଛନ୍ତି।ଆୟୋଜିତ ଏହି ସଭାରେ ରାଜ୍ୟସଭା ସାଂସଦ ଡ଼ଃ ଅମର ପଟନାୟକ ଭିଡିଓ କନଫରେନସିଂରେ ଉପସ୍ଥିତ ଥିଲେ।ଏହା ବ୍ୟତୀତ ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟର ଆବାହକ ରବି ନାରାୟଣ ନନ୍ଦ,ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି,ଧର୍ମଶାଳା ବ୍ଲକ ସଂଯୋଜକ ତଥା ସଂଗୀତ ନିର୍ଦ୍ଦେଶକ ବିପିନ ସ୍ବାଇଁ ରାଜ୍ୟ କମିଟି ସଦସ୍ୟ ଡ଼ଃ ଜୀବନ ଦୀକ୍ଷିତ,ଯାଜପୁର ଜିଲ୍ଲା ସଂଯୋଜକ ହରିହର ସ୍ଵାଇଁ, ବରିଷ୍ଟସାମ୍ବାଦିକ ସମରେନ୍ଦ୍ର ବାଲିଆରସିଂ ଓ ଫୋକସ ପ୍ଲସର ଏଡିଟର ସୁଧାଂଶୁ ରାଉତ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଯାଜପୁରର ଚଣ୍ଡିଖୋଲ ସ୍ଥିତ ‘ବୀଣାପାଣି କଳାପୀଠ ‘ଏହାର ପ୍ରଯୋଜନା କରିଛନ୍ତି।ଏହାର ଗୀତ ରଚନା କରିଛନ୍ତି ବିଜୟ କୁମାର ମହାନ୍ତି।ସ୍ଵନାମଧନ୍ୟ କଣ୍ଠ ଶିଳ୍ପୀ କରୁଣାକର ଏଥିରେ କଣ୍ଠଦାନ କରିଛନ୍ତି।ବିଜୁ ପଟ୍ଟନାୟକଙ୍କ ବୀରତ୍ବ ଓ ଗରୀମାର କଥା ଏହି ଗୀତଟିରେ ସ୍ଥାନ ପାଇଛି।ମାର୍ଚ୍ଚ ୫ତାରିଖ ବିଜୁ ଜୟନ୍ତୀ ପରୀପ୍ରେକ୍ଷୀରେ ଏହି ଗୀତଟି ପ୍ରସ୍ତୁତ କରାଯାଇଛି।