Spread the love

ଝାରସୁଗୁଡା ଉପ-ନିର୍ବାଚନ ହାଲଚାଲ

ଝାରସୁଗୁଡା – ଓଡ଼ିଶାରେ ଚାଲିଛି ଉପ ନିର୍ବାଚନ ପାଇଁ ପ୍ରଚାର ପ୍ରସାର। ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ସୂଚନା ମୁତାବକ ପ୍ରମୁଖ ତିନି ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରଚାର ଆଗରେ ରହୁଛି। ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ଚାଲିଛି। ରାଜ୍ୟରେ ବିଜେଡି ସରକାର ଶାସନରେ ଥିବା ବେଳେ ନବ ଦାସଙ୍କ ଝିଅ ବିଜେଡି ବିଧାୟିକା ପ୍ରାର୍ଥୀ ଦିପାଲି ଦାସ୍ ନିର୍ବାଚନ ପ୍ରଚାରରେ ଆଗୁଆ ରହିଛନ୍ତି। ରାଜ୍ୟର ବଛା ବଛା ଷ୍ଟାର କ୍ୟାମ୍ପେନର ଏହି ପ୍ରଚାର ଚଳାଇଛନ୍ତି। ବିଜେପି ଯୁବ ନେତା ଟଙ୍କଧରଙ୍କୁ ପ୍ରାର୍ଥୀ କରି ଯୁବ ବର୍ଗଙ୍କ ସମର୍ଥନକୁ ଅପେକ୍ଷା ରଖିଛି ବିଜେପି। ସେହିପରି ପୂର୍ବତନ ବିଧାୟକଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଦଳୀୟ ପ୍ରାର୍ଥୀ କରିଛି କଂଗ୍ରେସ। ସେ ମଧ୍ୟ ନିଜର ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛି କଂଗ୍ରେସ। ପାଇଁ ସରଗରମ ଓଡ଼ିଶା ରାଜନୀତି। ମୁଖ୍ୟମନ୍ତ୍ରୀ ଶେଷ ସମୟରେ ଦିପାଳୀ ଙ୍କ ପାଇଁ ପ୍ରଚାର କରି ପାରନ୍ତି ବୋଲି ସୂଚନା ମିଳିଛି। ଆସନ୍ତା ମେ’୧୦ରେ ଭୋଟ ଗ୍ରହଣ ହେବ।ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି।

Leave a Reply

Your email address will not be published. Required fields are marked *