Spread the love

ଟାଙ୍ଗୀରେ ଲୋକସେବା ଫାଉଣ୍ଡେସନ ପକ୍ଷରୁ ମନ୍ତ୍ରୀ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, କ୍ୟାଣ୍ଡେଲ ଶୋଭାଯାତ୍ରା

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍ ଙ୍କ ଅମର ଆତ୍ମାର ସଦଗତି ଓ ଶ୍ରଦ୍ଧାଞ୍ଜଳି ପାଇଁ ଲୋକସେବା ଫାଉଣ୍ଡେସନ ପକ୍ଷରୁ ଟାଙ୍ଗୀ ରେ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଟାଙ୍ଗୀ-ସାଲେପୁର ର ଚର୍ଚ୍ଚିତ ଯୁବ ସମାଜସେବୀ ତଥା ବିଜେଡ଼ି ସଙ୍ଗଠକ ହିମାଂଶୁ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଶହ ରୁ ଉର୍ଦ୍ଧ୍ବ ସମର୍ଥକ ଯୋଗ ଦେଇଥିଲେ। ଟାଙ୍ଗୀ ହାଇଲେବୁଲ୍ କେନାଲ୍ ବ୍ରିଜ୍ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଙ୍କ ନିକଟରେ ଶେଷ ହୋଇଥିଲା। ହିମାଂଶୁ ଙ୍କ ସମର୍ଥକ ମାନେ ହାତରେ କ୍ୟାଣ୍ଡେଲ ଧରି ନବ ଦାସ୍ ଅମର ରହେ ନାରାରେ ଟାଙ୍ଗୀ ବଜାର ଅତିକ୍ରମ କରିଥିଲେ। ବ୍ଲକ୍ ଛକରେ ପହଁଚିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୁଇ ମିନିଟ୍ ନିରବ ପାର୍ଥନା ହୋଇଥିଲା। କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନିହାର ରଞ୍ଜନ ମଲ୍ଲିକ୍ କାର୍ଯ୍ୟକ୍ରମ ସଞ୍ଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶୋଭାଯାତ୍ରାରେ ଗାନ୍ଧିବାଦୀ ସଙ୍ଗଠକ ବିଷ୍ଣୁ ଦାସ୍, ବରିଷ୍ଠ ବିଜେଡି ସଙ୍ଗଠକ ଅଶୋକ ବାଇ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ମୁରବୀ ବେଣୁଧର ଦାସ୍, ତ୍ରିଲୋଚନ ବେହେରା, ଅଶ୍ୱିନୀ ଷଢଙ୍ଗୀ, ଯୁବ ସଙ୍ଗଠକ ଦେବାଶିଷ ମଲ୍ଲିକ୍,ସମୀର ଖିଲାର, ଜଗଦୀଶ ଆଚାର୍ଯ୍ୟ, ଅନିଲ ଦାସ୍, ସଞ୍ଜିତ ଷଢଙ୍ଗୀ,ଶସିକାନ୍ତ ମହାନ୍ତି, ଦୀପ୍ତିରଞ୍ଜନ ବେହେରା, ଅଭୟ ଜେନା,ସେକ୍ ସକିଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଟାଙ୍ଗି ଚୌଦ୍ବାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।

Leave a Reply

Your email address will not be published. Required fields are marked *