Spread the love

ଟାଙ୍ଗୀ ବ୍ଲକ ସମୁଖ ରେ ଖରାରେ ଏସଓଜି ମହିଳା ମାନେ ଧାରଣାରେ ବସିରହିଲେ

କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ର ଭଟିମୁଣ୍ଡା ଗ୍ରାମପଞ୍ଚାୟତ ର ଏସଓଜି ମହିଳା ମାନେ ଡହ ଡହ ଖରାରେ ଟାଙ୍ଗୀ ବ୍ଲକ ସମୁଖ ରେ ବସିରହିଥିଲେ l
ଗତ ଗୁରୁବାର ଦିନ ଟାଙ୍ଗୀ ଚୌଦ୍ୱାର ବ୍ଲକ ତରଫରୁ ତିନି ଜଣିଆ ପ୍ରତିନିଧି ଜଣ ଭଟିମୁଣ୍ଡା ପଂଚାୟତ ରେ ଥିବା ରାଜୀବ ଗାନ୍ଧୀ ସଭା ଗୃହ ରେ ପହଂଚି ଟାଙ୍ଗୀ ଚୌଦ୍ୱାର ବ୍ଲକ ଆଞ୍ଚଳିକ ମହାସଂଘ ରେ ଚଞ୍ଚକତା କରି ସଭାପତି ସମ୍ପାଦକ ଚୟନ ହେବା ପରେ ବିଭିନ୍ନ କର୍ମୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା l
ଗତ ଗୁରୁବାର ଦିନ ଉକ୍ତ ଏସଓଜି ର ମହିଳା ମାନେ ବିଡ଼ିଓ ଙ୍କୁ ଦେଖା କରିବାରୁ ଘଟଣା ସ୍ଥଳ ରେ ବିଡ଼ିଓ ସେମାନଂକୁ ଶନିବାର ଦିନ ଦେଖା କରିବାକୁ କହିଥିଲେ l ଶନିବାର ଦିନ ଉକ୍ତ ଏସଓଜି ର ମହିଳା ମାନେ ସକାଳୁ ଆସି ବିଡ଼ିଓ ଙ୍କୁ ଦେଖା କରିବାକୁ ବ୍ଲକ ସମୁଖ ରେ ବସି ରହିଛନ୍ତି । ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ବ୍ଲକ କୁ ପରିଦର୍ଶନ ପାଇଁ ଆସିଥିବା ବେଳେ ବ୍ଲକ ସମୁଖ ରେ ବସିରହିଥିବା ମହିଳା ମାନଙ୍କୁ ଘଟଣା ସ୍ଥଳ ରେ ମହିଳାମାନଂକୁ ଅଣଦେଖା କାରି ଚାଲିଯିଥିବା ଜଣା ପଡିଛି l
ଆଜିର ଏହି ଧାରଣା ରେ ଭଟିମୁଣ୍ଡା ର ପଂଚାୟତ ସ୍ତରୀୟ ମହିଳା ମହାସଂଘ ର ସଭାପତି ନିବେଦିତା ସାହୁ, ଉପାଧ୍ୟାକ୍ଷା ଝରଣା ସାହୁ, ସେକ୍ରେଟାରୀ କୁସ୍ମଞ୍ଜଳି ଦାସ, ଜୋତ୍ସ୍ନାରାଣୀ ସାହୁ, ମାନସୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ଏ ସଂକ୍ରାନ୍ତ ରେ ବିଡ଼ିଓ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍।

Leave a Reply

Your email address will not be published. Required fields are marked *