Spread the love

ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍- ୨୦୨୫, ସାମିଲ ହେଲେ ୪୬୦୦ରୁ ଅଧୂକ ଦୌଡ଼ପ୍ରେମୀ

-ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି

-ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ ଆସୋସିଏସନ ସହଯୋଗିତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ

ଢେଙ୍କାନାଳ, ୧୧/୦୧/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ ଆସୋସିଏସନ ସହଯୋଗିତାରେ କପିଳାସଠାରେ ଟାଟା ଷ୍ଟିଲ୍ ହାଫ୍ ମାରାଥନ୍‌ର ଦ୍ଵିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ ପାରିପାର୍ଶ୍ବକ ଅଂଚଳରେ ଜାନୁଆରୀ ୧୧ ତାରିଖରେ ‘ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଦୌଡ଼’ ଆୟୋଜନ କରାଯାଇଥିଲା। ଏଥିରେ ସାରା ଦେଶରୁ ୪୬୦୦ ଦୌଡ ପ୍ରେମୀ ଭାଗ ନେଇଥିଲେ। ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଓଡ଼ିଶା ସରକାରଙ୍କ ମାନ୍ୟବର ଯୁବ ବ୍ୟାପାର ଓ କ୍ରୀଡ଼ା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଢେଙ୍କାନାଳର ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଓ କାମାକ୍ଷାନଗରର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ।

ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପଧାୟ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଟାଟା ଷ୍ଟିଲ୍ ଉପସଭାପତି (ର-ମ୍ୟାଟେରିଆଲସ) ଶ୍ରୀ ଡି ବି ସୁନ୍ଦର ରମମ, ଟାଟା ଷ୍ଟିଲ ମେରାମଣ୍ଡଳୀର ଉପସଭାପତି (ଅପରେସନ୍ସ ) ଶ୍ରୀ ଉତ୍ତମ ସିଂହ, ସନ୍ଦୀପ ଧୀର, ଟାଟା ଷ୍ଟିଲ ଟେକନିକାଲ ସରଭିସେସ ସିଇଓ ପ୍ରମୁଖ ଉପସ୍ଥିତ ଥିଲେ।

୨୧ କିମି ପୁରୁଷ ବର୍ଗରେ ହରିୟାଣାର ଶୁଭମ ସିନ୍ଧୁ ବିଜେତା ହୋଇଥିବା ବେଳେ ମହିଳା ବର୍ଗରେ ହରିୟାଣାର ଭାରତୀ ବିଜୟିନୀ ହୋଇଛନ୍ତି।

ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଟାଇପିଂ ମ୍ୟାଟ୍‌, ରେଡିଓ ଫ୍ରିକ୍ସେନ୍ସି ଚିପ୍‌ସ, ପ୍ଲୁଟ୍ ଟାଇପିଂ ମ୍ୟାଟ୍, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମନ୍ବିତ କରାଯାଇଥିଲା। ବିଶ୍ବବ୍ୟାପୀ ମାରାଥନ୍ ଏବଂ ଦୂର ଦୌଡ଼କୁ ପ୍ରତିନିଧୂତୁ କରୁଥିବା ବିଶ୍ୱସ୍ତରୀୟ Iୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଠାନ୍ସ ରେସ୍ (ଏଆଇଏସ୍ଏସ୍) ଏହି ମାର୍ଗକୁ ସାର୍ଟିଫିକେଟ୍ ଦେଇଛି। ସମଗ୍ର ଦେଶରେ ସମାନ ଦୌଡ଼ ଆୟୋଜନ କରିବାରେ ପାରଦର୍ଶିତା ଥୁବା ଜାତୀୟସ୍ତର ସୁରର ଏଜେନ୍ସିଗୁଡିକ ଏହି ଦୌଡର ତଦାରଖ କରିଥିଲେ।

ଏମଜିଏମ୍ ମିନେରାଲ୍ସ, ନଭ ଲିମିଟେଡ୍, ଇଣ୍ଡିଆନ୍ ପୋଟାଶ, ଖେମକା ରିଫ୍ରାଟୋରିଜ, ଆଇନକୁ ନକୁ ଏୟାର ପ୍ରାଡ଼କୂସ, ଟାଟା ୧ଏମଜି, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍‌, ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍, ଟାଟା ଷ୍ଟିଲ୍ ୟୁଟିଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସଭ ସର୍ଭିସେସ୍ ଲିମିଟେଡ୍ ଏବଂ ଟାଟା ପିଗମାଂସ ଭଳି ଏହି ଅଂଚଳର ନର ଅନ୍ୟ ଶିଳ୍ପ ସଂସ୍ଥାମାନେ ହାଫ୍ ମାରାଥନକୁ ସମର୍ଥନ କରିଛନ୍ତି।

Leave a Reply

Your email address will not be published. Required fields are marked *