Spread the love

ଟ୍ରକ ଧକ୍କାରେ ମା ପୁଅ ମୃତ, ବାପା ଗୁରୁତର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ୫୫ ନମ୍ବର ଜାତୀୟ ରାଜପଥର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଟାଟା ଷ୍ଟିଲ କାରଖାନାରେ ରୋହିତ ରାଠୋର କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ସାଓ (୩୦) ଏବଂ ଚାରି ବର୍ଷର ପୁଅ ହରଷତ ରାଠୋରଙ୍କୁ ନେଇ ବଅଁରପାଳ ଆଡକୁ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବାଇକ୍ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମନୀଷାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବାସୀ ସଙ୍ଗେ ସଙ୍ଗେ ବାପ, ପୁଅଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ହରଷତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ପଟେ ରୋହିତଙ୍କର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଁଚି ଟ୍ରକକୁ ଜବତ କରଥିବା ବେଳେ ଚାଳକ ଫେରାର୍ ଥିବା ଘଟଣା ଜଣାପଡିଛି ।

Leave a Reply

Your email address will not be published. Required fields are marked *