Spread the love

ଟ୍ରାକ୍ଟର ଧକାରେ ବୃଦ୍ଧ ମୃତ

ଗୋଳାମୁଣ୍ଡା
କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ତୁରେଛଡ଼ା ଗ୍ରାମରେ ଟ୍ରାକ୍ଟର ଧକାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛି ତୁରେଛଡ଼ା ଗ୍ରାମର ଗବରମେଣ୍ଟ ଛୁରା (ଗୋବର୍ଦ୍ଧନ) ୫୫ । ସୂଚନାରୁ ପ୍ରକାଶ ଘାସିରାମ ସୁନାନୀଙ୍କ ନୂତନ କରି ଫାଇନାନ୍ସ କରିଥିବା ମହିନ୍ଦ୍ରା ଟ୍ରାକ୍ଟର ନିଜ ଘର ପାଖରେ ଠିଆ ହୋଇଥିବା ସମୟରେ ପାଖରେ ବୃଦ୍ଧ ଜଣକ ବସିଥିଲେ । ଏହି ସମୟରେ ଡ୍ରାଇଭର ପ୍ରଦୀପ କୁମାର ମାଝୀ (୧୫) ଆସି ଗାଡି ପଛପଟ ନେଇ ଫେରାଉଥିବା ବେଳେ ବୃଦ୍ଧଙ୍କ ଉପରେ ଚକ ଚଢି ଯାଇଥିଲା । ବୃଦ୍ଧ ଅତି ଗୁରୁତର ହେବାଦେଖି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଚିକିତ୍ସାଲୟକୁ ନେଉଥିବା ବେଳେ ରାସ୍ତାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜାଣି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଚପରିଆକୁ ଫେରାଇ ଆଣିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତକର ପୁଅ ବଳରାମ ଛୁରା ଆଜି ସଖାଲେ କେଗାଁ ଥାନାରେ ଲିଖିତ ଅଭିଯୋଗ କଲାପରେ କେଗାଁ ଥାନା ଆଇ ଆଇ ସି ମକୁନ୍ଦଦେବ ନାୟକ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପ ଖଣ୍ଡ ଚିକିତ୍ସାଲୟକୁ ପଠାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏପଟେ କେଗାଁ ପୋଲିସ ୧୫୭/୨୩ରେ କେଶରୁଜୁ କରି ୨୭୯,୩୦୪ ଧାରା ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଜାରି ରଖିଛି କେଗାଁ ପୋଲିସ । ଖବର ଲେଖା ପର୍ଯ୍ୟନ୍ତ ଟ୍ରାକ୍ଟରଟି ପୋଲିସ ଜବତ କରି ନ ଥିବା ଜଣାପଡିଛି ।

ଧର୍ମଗଡ଼ ଉପଖଣ୍ଡ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *