Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଡାକ୍ତର ଙ୍କୁ ଅନ୍ୟ ଜଣେ ଡାକ୍ତର ଜୀବନରେ ମାରିବାକୁ ଧମକ, ଥାନାରେ ଏତଲା 

ଜେ ବି ଏନ, ୦୬/୦୧/୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ର ଦାନଗଦି ଡ଼ାକ୍ତରଖାନାର ନୂଆ ମେଡିକାଲ ଅଫିସରଙ୍କୁ ପୂର୍ବତନ ମେଡିକାଲ ଅଫିସରଙ୍କ ଜୀବନରୁ ମାରିଦେବା କୁ ଧମକ । ଘଟଣା ରୁ ପ୍ରକାଶ ଯେ , ଯାଜପୁର ଜିଲ୍ଲା ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ଯୋଗ ଦେଇଥିବା

ଭାରପ୍ରାପ୍ତ ଇନଚାର୍ଜ ମଳୟ ପ୍ରଧାନ ଙ୍କୁ ରାବଣା ମେଡିକାଲର ଡାକ୍ତର ଦେବାଶିଷ ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜିବନରେ ମାରି ଦେବାକୁ ଧମକ ଦେଇଥିଲେ।ଏ ସମ୍ପର୍କରେ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିଲେ ଶ୍ରୀ ପ୍ରଧାନ। ଏହି ଅଭିଯୋଗ

ମୁତାବକ ଦାନଗଦି ମେଡିକାଲରେ ସରକାରୀ ଯୋଜନାର ଅନିୟମିତତାକୁ ନେଇ ଅଭିଯୋଗ ହୋଇଥିଲା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା। ସେଥିପାଇଁ ପୂର୍ବରୁ ଥିବା ଦାନଗଦି ମେଡିକାଲ ଚାର୍ଜ ରେ ଦେବାଶିଷ ସାହୁ ଙ୍କୁ ରାବଣା ମେଡିକାଲ କୁ ବଦଳି କରାଯାଇଥିଲା। ନୁତନ ଭାବେ ଦାନଗଦି ମେଡିକାଲ ଇନଚାର୍ଜ ମଳୟ ପ୍ରଧାନଙ୍କୁ ମେଡିକାଲ ଅଫିସର ଭାବେ ଦାୟିତ୍ଵ ଦେଇଥିଲେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅଧିକାରୀ ଏବଂ ସେହି ଦାୟିତ୍ଵ କୁ ନେଇ ପୂର୍ବରୁ ଥିବା ଦାନଗଦି ମେଡିକାଲ ଚାର୍ଜରେ ଦେବାଶିଷ ସାହୁଙ୍କୁ ନୂତନ ମେଡିକାଲ ଇନଚାର୍ଜ ମଳୟ ପ୍ରଧାନ

ଚାର୍ଜ ମାଗିଥିଲେ। ସେ ଚାର୍ଜ ବଦଳରେ ଦାନଗଦି ମେଡିକାଲର ନୂତନ ମେଡିକାଲ ଅଫିସର ମଳୟ ପ୍ରଧାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମେଡିକାଲରେ ରଖାଇ ନ ଦେବା ପାଇଁ ଓ ଜିବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ଦାନଗଦି ଫାଣ୍ଡି ଅଧିକାରୀଙ୍କ ପାଖରେ ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ଏକ ମୋକଦ୍ଦମା ରୁଜ୍ଜୁ କରିଥିଲେ। ମୋକଦ୍ଦମା ନମ୍ବର ହେଲା ୨୯୪/୫୦୬ । ଏହାକୁ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଏଡିମ ଓ ରମେଶ ଚନ୍ଦ୍ର ମଲ୍ଲିକ ତଦନ୍ତ ପାଇଁ ଆସି କହିଲେ ଯଥା ଶୀଘ୍ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।