Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅଜଣା ଗାଡି ଧକ୍କାରେ ଟାଟା ଷ୍ଟିଲ ବି ଏସଏଲ କର୍ମଚାରୀ ମୃତ

(ଜେ ବି ଏନ /ସୁବ୍ରତ କୁମାର) ୦୬/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଟାଟା ଷ୍ଟିଲ ବିଏସଏଲ କର୍ମଚାରୀ ର ମୃତ। ସୂଚନା ମୁତାବକ ମୃତ ବାଇକ ଚାଳକ ଜଣଙ୍କ ହେଲେ ତାଳଚେର ର ଗୁରୁଜାଙ୍ଗ ଗ୍ରାମର ସୋମ୍ୟ ରଞ୍ଜନ ନନ୍ଦ (୨୩)ପିତା ଅନୁରୋଧ ନନ୍ଦ ବୋଲି ଜଣାପଡିଛି।

ସୋମ୍ୟ ଙ୍କ” ଏ “ଶିଫ୍ଟ ଡ୍ୟୁଟି ଥିବାରୁ ନିଜ ବାଇକ (OD35E3226) ସକାଳୁ ଡ୍ୟୁଟି ଆସୁଥିବା ବେଳେ ଭୋର୍ ପ୍ରାୟ ୫.୩୦ ମିନିଟ ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ପାଇଯାଇଥିଲା। ସ୍ଥାନୀୟ ଲୋକ ଦୂର୍ଘଟଣା ବିଷୟରେ ଜାଣିପାରି ବଅଁରପାଳ ଥାନା କୁ ଜଣାଇଥିଲେ ।ବଅଁରପାଳ ଥାନା ଘଟଣାସ୍ଥଳରେ ପହଂଚି ଗୁରୁତ୍ତର କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସହାୟତା ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଥିଲେ।ସୋମ୍ୟ ଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।