Spread the love

🚨 ଡିଏ ମାମଲାରେ AEE ଶିଶିର ଦାଶ ଗିରଫ

୯୩୦୦ ବର୍ଗଫୁଟ୍‌ର ୨ଟି ବହୁତଳ କୋଠା, ୬ଟି ମୂଲ୍ୟବାନ ପ୍ଲଟ୍‌ ସହ ₹୮୨ ଲକ୍ଷ ଜମା ଠାବ

ମାଲକାନଗିରି/ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି (DA) ମାମଲାରେ ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ମାଲକାନଗିରି DRDAରେ ସଂଲଗ୍ନ ଥିଲେ। ଗିରଫ ପରେ ତାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।

ଭିଜିଲାନ୍ସ ପକ୍ଷରୁ ଶିଶିର ଦାଶଙ୍କ ବିଭିନ୍ନ ସମ୍ପତ୍ତି ଉପରେ କରାଯାଇଥିବା ଚଢ଼ାଉ ଓ ତଲାସୀ ସମୟରେ ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଥିଲା। ତଲାସୀରେ ମୋଟ ୯,୩୦୦ ବର୍ଗଫୁଟ୍‌ ଅଞ୍ଚଳର ୨ଟି ବହୁତଳ କୋଠା, ୬ଟି ଉଚ୍ଚମୂଲ୍ୟର ଜମି, ବ୍ୟାଙ୍କ ଓ ଅନ୍ୟାନ୍ୟ ଜମା ମିଶାଇ ପ୍ରାୟ ୮୨ ଲକ୍ଷ ଟଙ୍କା ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ଠାବ ହୋଇଥିବା ସମ୍ପତ୍ତିର ଉତ୍ସ ସମ୍ପର୍କରେ ଶିଶିର ଦାଶ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୧୧/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *