Spread the love

ଢେଙ୍କାନାଳ:ଜଗଦ୍ ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଦଧିବାମନ ଜିଉ ମଠ ଭାଗବତ ପରିଷଦ ଠାରେ ଜଗଦ୍ ଗୁରୁ ଠାକୁର ଅଭିରାମ ପରମହଂସ ଦେବ ୨୧ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଢେଙ୍କାନାଳ ଜିଲ୍ଲାର ୬୦ଖଣ୍ଡ ଗ୍ରାମ ରୁ ୮୦ ଜଣରୁ ଅଧିକ ଭକ୍ତ ଭାଇ ଭଉଣୀ ଯୋଗଦେଇ ଠାକୁରଙ୍କ ସମ୍ମିଳନୀ କାର୍ଯ୍ୟକ୍ରମ କିପରି ସୂଚାରୁରୂପେ ସମ୍ପର୍ଣ୍ଣ ହେବ ତା’ର ଖସଡ଼ା ଉପରେ ଆଲୋଚନା ପ୍ରଯ୍ୟାଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଚଳିତ ୨୦୨୪ ଡିସେମ୍ବର ମାସ ୨୭,୨୮ ଓ ୨୯ ତିନିଦିନ ଧରି ସ୍ଥାନୀୟ ଗୁଡିଆନାଳୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ଘୁତ ଯଜ୍ଞ, ଅର୍ଣ ଯଜ୍ଞ, ପ୍ରବଚନ, ଷୋଡ଼ଶ ଉପଚାର ପୂଜା, କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପାଳନ କରିବାପାଇଁ ନିଷ୍ପତ୍ତି ଗୃହିତ ହୋଇଥିଲା। ଶାନ୍ତି ଆନଦାଶ୍ରମ ପୂଜ୍ୟ ସନ୍ୟାସୀ ଶ୍ରୀ ଶ୍ୟାମାନନ୍ଦ ଦାସଙ୍କ ପୈରାହିତ୍ବରେ ଅନୁଷ୍ଠିତ ହେବ ଯେଉଁଥିରେ କି ଶାନ୍ତିଧାମର ଅନେକ ସାଧୁସନ୍ଥ ଯୋଗଦାନ କରିବା ପାଇଁ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀ ସଭାପତି ଶ୍ରୀ ସୁଧାକର ଜେନା ଓ ସମ୍ପାଦକ ଶ୍ରୀ ହୃଦାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ସ୍ତରୀୟ ଭକ୍ତଗୋଷ୍ଠୀ ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ବୈଠକ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *